ଶ୍ରୀ ଶ୍ରୀ ଦୟାନିଧି ପରମହଂସଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ, ଜିଲାପାଳଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୧୮ ଅପ୍ରେଲ (ହି.ସ.) - ଜୀବନ ଯାପନ ପ୍ରଣାଳୀରେ ସଂଘର୍ଷ ଓ ଦୌଡ଼ ସହ ଆଧ୍ୟାତ୍ମିକ ବିଚାର ରହିବା ଆବଶ୍ୟକ।ଏହାଦ୍ୱାରା ଆଶୀର୍ବାଦ ଓ କରୁଣା ପ୍ରାପ୍ତି ହୋଇ ଶାନ୍ତି ମିଳିବା ସହ ଲକ୍ଷପଥରେ ପହଂଚିବା ସୁଗମ ହୋଇଥାଏ ବୋଲି ଭଦ୍ରକ ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟ ମତବ୍ୟକ୍ତ କରିଛନ୍ତି।ଭଣ୍ଡାରିପୋଖରୀ
SRI SRI DAYANIDHI PARAMHANSA


ଭଦ୍ରକ, ୧୮ ଅପ୍ରେଲ (ହି.ସ.) - ଜୀବନ ଯାପନ ପ୍ରଣାଳୀରେ ସଂଘର୍ଷ ଓ ଦୌଡ଼ ସହ ଆଧ୍ୟାତ୍ମିକ ବିଚାର ରହିବା ଆବଶ୍ୟକ।ଏହାଦ୍ୱାରା ଆଶୀର୍ବାଦ ଓ କରୁଣା ପ୍ରାପ୍ତି ହୋଇ ଶାନ୍ତି ମିଳିବା ସହ ଲକ୍ଷପଥରେ ପହଂଚିବା ସୁଗମ ହୋଇଥାଏ ବୋଲି ଭଦ୍ରକ ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟ ମତବ୍ୟକ୍ତ କରିଛନ୍ତି।ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଥଇଳା ବାଲିବିଲ ଠାରେ ଦୟାଜ୍ୟୋତି ଆଶ୍ରମ ପରିସରରେ ଶ୍ରୀ ଶ୍ରୀ ଦୟାନିଧି ପରମହଂସଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଜିଲାପାଳ ଶ୍ରୀ ରାଉତରାୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ହେଉଥିବା କାର୍ଯ୍ୟକ୍ରମ ଓ ଜ୍ଞାନ ଆହରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ଆଶ୍ରମର ପ୍ରତିଷ୍ଠାତା ବ୍ରହ୍ମଚାରୀ ବିଶ୍ୱମ୍ଭର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ତାତ୍ୱିକ ଜ୍ଞାନ, ଆଧ୍ୟାତ୍ମିକ ତତ୍ୱ ଉପରେ ଆଲୋଚନା କରାଯାଇଥିଲା।ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ସହ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଜିଲାପାଳ ଶ୍ରୀ ରାଉତରାୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ତିନିଦିନ ବ୍ୟାପୀ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଜ୍ଞାନୀ ଓ ଅନୁଗାମୀ ମାନେ ଯୋଗଦେଇଥିଲେ।ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପରିବେଶପ୍ରେମୀ ମନୋଜ କୁମାର ରାଉତ,ଡ଼ଃ କୁଳମଣି ବାରିକ,ଶଶିଶେଖର କରଶର୍ମା, ନବ ନିର୍ମାଣ ସଂଗଠନ ମୁଖ୍ୟ ଅକ୍ଷୟ କୁମାର,'ଅଞ୍ଜଳି' ପତ୍ରିକାର ସମ୍ପାଦକ ପ୍ରକାଶ ମହାପାତ୍ରଙ୍କ ସମେତ ଅନେକ ସାଧୁ ସନ୍ୟାସୀ ଓ ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ।ସ୍ଥାନୀୟ ଅଂଚଳର ଉତ୍ସାହୀ ବ୍ୟକ୍ତି ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande