ଭୁବନେଶ୍ୱର, 20 ଏପ୍ରିଲ (ହି.ସ.) - 30 ଜିଲା ରେ ୩୦ ଟି ଖେଲୋ ଇଣ୍ଡିଆ ସେଣ୍ଟର୍ ଉଦ୍ଘାଟିତ ହୋଇଛି । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କଳିଙ୍ଗ ଷ୍ଟାଡିୟମ୍ ରୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହି ସେଣ୍ଟର୍ ରେ ପୂର୍ବତନ ଚାମ୍ପିଅନ ଖେଳାଳୀ କୋଚ ରହିବେ । ବିଭିନ୍ନ ଜିଲ୍ଲାର କ୍ରୀଡା ଓ ସଂସ୍କୃତି ଗୁରୁତ୍ଵ ଦିଆଯିବ । ପ୍ରତି ସେଣ୍ଟର୍ ପାଇଁ ବାର୍ଷିକ ୫ ଲକ୍ଷ ଖର୍ଚ୍ଚ ହେବ। ଅଲମ୍ପିକ୍ସ ଖେଳ କୁ ପ୍ରୋତ୍ସାହନ ମିଳିବ । ତାଛଡା ଫୁଟବଲ, ଖୋ ଖୋ, ଯୋଗାସନ ବି ରହିବ। ଯେଉଁ ଜିଲ୍ଲାର ଯେଉଁ ଖେଳ ଅଛି ତାକୁ ଗୁରୁତ୍ଵ ଦିଆଯିବ। ରାଜ୍ୟ ସ୍ତରୀୟ, ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସଫଲତା ହାସଲ କରିଥିବା ପୂର୍ବତନ ଖେଳାଳୀ ମାନେ ରହିବେ କୋଚ। ଏହି ସେଣ୍ଟର୍ ଗୁଡ଼ିକ ଗ୍ରାସରୁଟ ଟ୍ରେନିଂ ଭାବେ କାମ କରିବ। ସେଣ୍ଟର୍ ଭାବେ ଗଣନା ହେବେ। ଯେଉଁଠୀ ସେଣ୍ଟର୍ ଅଛି ପୂର୍ବରୁ ସେଠାରେ ଭିତ୍ତିଭୂମି ରହିଛି। କ୍ରୀଡା କୁ କ୍ୟାରିଅର କରି ପାରିବେ ଖେଳାଳୀ। କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ସହଯୋଗ ରେ ଏହି ୩୦ ସେଣ୍ଟର୍ ଖୋଲାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ