*
ଘଟଗାଁ ୬ଅପ୍ରିଲ (ହିସ)ଆଜି ପବିତ୍ର ଶ୍ରୀ ରାମ ନବମୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ଜନ୍ମ ତିଥି ରେ ସରସ୍ଵତୀ ଶିଶୁ ମନ୍ଦିର, ଅଳତୀ ର ପ୍ରଧାନ ଆଚାର୍ଯ୍ୟା ପ୍ରମୋଦିନୀ ରାଉତ ଙ୍କ ସଂଯୋଜନା ରେ ବିଦ୍ୟାଳୟରେ ରାମ ନବମୀ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି । ଆଜି ସକାଳୁ ଶିଶୁ ମନ୍ଦିର ର ଶିଶୁ ଭାଇ ଭଉଣୀ ମାନେ ରାମ, ଲକ୍ଷ୍ମଣ ଓ ସୀତା ଙ୍କ ବେଶରେ ସୁସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିବା ସହିତ ଗ୍ରାମ ର ଗାନ୍ଧୀ ଛକ ନିକଟ ରେ ଥିବା ମହାବୀର ହନୁମାନ ଙ୍କ ନିକଟ ରେ ଶିଶୁ ମାନଙ୍କ ଦ୍ଵାରା ଓ ପୂଜକ ନିରଞ୍ଜନ ପାଣିଗ୍ରାହୀ ପୁଷ୍ପ, ଧୂପ, ଦୀପ ଏବଂ ନାରିକେଳ ଭାଙ୍ଗି ସମସ୍ତ ଙ୍କ ପାଇଁ ଶୁଭ ମନାସି ଥିଲେ । ଏହି କାର୍ଯ୍ୟ କ୍ରମ କୁ ଗ୍ରାମ ର ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ପସନ୍ଦ କରିଥିବା ବେଳେ ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କମିଟି ର କୋଷାଧ୍ୟକ୍ଷ ନିରଞ୍ଜନ ବରାଳ,ସଦସ୍ୟ ସୁବ୍ରତ ବରାଳ ଉପସ୍ଥିତ ଥିବା ବେଳେ,ଏହି କାର୍ଯ୍ୟକ୍ରମ କୁ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ