ଭୁବନେଶ୍ୱର, 6 ଏପ୍ରିଲ୍ (ହି.ସ.)ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟାରେ ନୃତ୍ୟରେ ବିମୋହିତ କରିଥିଲେ ବିଭିନ୍ନ କଳାକାରମାନେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟକୁ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ। ପ୍ରଥମେ ପଦ୍ମଶ୍ରୀ ଏଲିଆନା ଶିତାରିଷ୍ଟ ଓ ତାଙ୍କ ଦଳ ଦ୍ବାରା ଓଡ଼ିଶୀ ନୃତ୍ୟରେ ପରିବେଷଣ କରିଥିଲେ। ପରେ କୋଲକତାରୁ ଆସିଥିବା ଝିନୋକ ମୁଖାର୍ଜି ଡ୍ୟାନ୍ସ ଗୃପ୍ ଦ୍ବାରା ଭାରତନାଯ୍ୟାମ୍ ପରିବେଷଣ କରାଯାଇଥିଲା। ପରେ ଶଙ୍କର ବାଇ ଦଳ ଦ୍ବାରା ସମ୍ବଲପୁରୀ ନୃତ୍ୟ ପରେ ପରେ ଇଷ୍ଟନ୍ଜୋନ୍ କଲଚରାଲ ସେଣ୍ଟର ପକ୍ଷରୁ କଳାକାରଙ୍କ ଦ୍ବାରା ଛଉ ନୃତ୍ୟ ଓ ତ୍ରୀନେତ୍ର କଳାକୁଞ୍ଜ ପକ୍ଷରୁ କାଳୀ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ବିଣା କେଶୋରୀ ଦଳ ଦ୍ବାରାପଲ୍ଲୀ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା। କାର୍ଯ୍ୟକ୍ରମକୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦେଶନାରେ ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ । ଏଥିରେ ଅତିଥି ଭାବେ ପଦ୍ମଶ୍ରୀ ତଥା ବରିଷ୍ଠ ନୃତ୍ୟଶିଳ୍ପୀ ଏଲିଆନା ଶିତାରିଷ୍ଟ,ପୂର୍ବତନ ମୁଖ୍ୟ ସାଶନ ସଚିବ ବିଜୟ କୁମାର ପଟ୍ଟନାୟକ, ନୃତ୍ୟ ଶିଳ୍ପୀ ପ୍ରତିଭା ପଣ୍ଡା, ଭୁବନେଶ୍ୱର ଓକିଲ ସଙ୍ଘର ସମ୍ପାଦକ ସତ୍ୟ ରଞ୍ଜନ ସେନାପତି, ଉପସଭାପତି କବିନ୍ଦ୍ର ବାରିକ, ଯୁଗ୍ମ ସମ୍ପାଦକ ରଶ୍ମୀ ରଞ୍ଜନ ମହାନ୍ତି, କୋଷାଧକ୍ଷ ଦୀପ୍ତି ରଞ୍ଜନ ନନ୍ଦ, ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ବିଭୁତି ଭୂଷଣ କର, ଓୟୁଡବ୍ଲୁଜେ ରାଜ୍ୟ ସଭାପତି ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ବିଶ୍ୱବାଣୀ ସମ୍ପାଦକ ଅର୍ଜୁନ ଚରଣ ମୁଦୁଲି, ଭାଷା ଆନ୍ଦୋଳନର ପବିତ୍ର ମହାରଥା, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ୍ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡାଙ୍କ ନିର୍ଦେଶନାରେ ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ । ଏଥିରେ ଅନୁଷ୍ଠାନର କୋଷାଧକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ମ୍ୟାନେଜର ବିଶ୍ବନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନେ କଳାକାରଙ୍କୁ ସମ୍ବର୍ଦ୍ଧନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ