ଆମେରିକାରେ କାର୍ ଦୁର୍ଘଟଣାରେ  ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଜଣେ ଆହତ
ୱାଶିଂଟନ, 13 ମେ (ହି.ସ.)- ଆମେରିକାର କ୍ଲିଭଲ୍ୟାଣ୍ଡ ଷ୍ଟେଟ୍ ୟୁନିଭର୍ସିଟିର ଦୁଇଜଣ ଭାରତୀୟ ଛାତ୍ର ୧୦ ମେ ସକାଳେ ପେନ୍ସିଲଭାନିଆ ଟର୍ନପାଇକ୍‌ରେ ଏକ କାର ଦୁର୍ଘଟଣାରେ ଜୀବନ ହାରାଇଛନ୍ତି । ନ୍ୟୁୟର୍କରେ ଭାରତୀୟ ଦୂତାବାସ ଶୋକସନ୍ତପ୍ତ ପରିବାରଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଆ
ଆମେରିକାରେ କାର୍ ଦୁର୍ଘଟଣାରେ  ଦୁଇ ଭାରତୀୟ     ଛାତ୍ରଙ୍କ ମୃତ୍ୟୁ, ଜଣେ ଆହତ


ୱାଶିଂଟନ, 13 ମେ (ହି.ସ.)- ଆମେରିକାର କ୍ଲିଭଲ୍ୟାଣ୍ଡ ଷ୍ଟେଟ୍ ୟୁନିଭର୍ସିଟିର ଦୁଇଜଣ ଭାରତୀୟ ଛାତ୍ର ୧୦ ମେ

ସକାଳେ ପେନ୍ସିଲଭାନିଆ ଟର୍ନପାଇକ୍‌ରେ ଏକ କାର ଦୁର୍ଘଟଣାରେ ଜୀବନ ହାରାଇଛନ୍ତି । ନ୍ୟୁୟର୍କରେ

ଭାରତୀୟ ଦୂତାବାସ ଶୋକସନ୍ତପ୍ତ ପରିବାରଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଆଶ୍ୱାସନା ଦେଇଛି। ଏହି

ଦୁର୍ଘଟଣାରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଗଲ୍ଫ୍ ନ୍ୟୁଜ୍‌ର ଖବର ଅନୁସାରେ,

ମୃତକଙ୍କ

ପରିଚୟ ୨୩ ବର୍ଷୀୟ ସୌରଭ ପ୍ରଭାକର ଓ ୨୦ ବର୍ଷୀୟ ମାନବ ପଟେଲ ବୋଲି ଜଣାପଡିଛି । ପୋଲିସ

ଅନୁସାରେ, କାରଟି ରାସ୍ତାରୁ ଖସିପଡିଛି । ପ୍ରଥମେ ଏହି ଗାଡ଼ି ଗୋଟିଏ ଗଛକୁ

ଧକ୍କା ଦେଇଥିଲା, ତାପରେ ଗୋଟିଏ ଖୁଂଟକୁ ଧକ୍କା ଦେଇଥିଲା । ଜରୁରୀକାଳୀନ ଟିମ୍

ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଚାଲାଉଥିବା ପ୍ରଭାକର ଓ ପଛ ସିଟରେ ବସିଥିବା ପଟେଲଙ୍କୁ ମୃତ

ଅବସ୍ଥାରେ ପାଇଥିଲେ । କାରର ଆଗର ସିଟରେ ବସିଥିବା ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି

ଅଧିକାରୀମାନେ କହିଛନ୍ତି। ତାଙ୍କୁ ସ୍ଥାନୀୟ ରିଡିଂ ହସ୍ପିଟାଲରେ ପହଂଚାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande