ଗ୍ରୀଷ୍ମ ପ୍ରବାହରେ ବଲାଙ୍ଗିର ଜିଲ୍ଲାରୁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ନେଇ ରିପୋର୍ଟ
ଭୁବନେଶ୍ୱର, 16 ମେ (ହି.ସ.) ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ହିଁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି କିନ୍ତୁ ଅନ୍ୟ ଜିଲ୍ଲାରୁ ଆସିନାହିଁ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେ କହିଛନ୍ତି ଯ
ଗ୍ରୀଷ୍ମ ପ୍ରବାହରେ ବଲାଙ୍ଗିର ଜିଲ୍ଲାରୁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ନେଇ ରିପୋର୍ଟ


ଭୁବନେଶ୍ୱର, 16 ମେ (ହି.ସ.) ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ହିଁ ଜଣଙ୍କର

ସମ୍ଭାବ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି କିନ୍ତୁ ଅନ୍ୟ ଜିଲ୍ଲାରୁ ଆସିନାହିଁ ବୋଲି

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ସେ କହିଛନ୍ତି ଯେ, ଜିରୋ କାଜୁଆଲିଟିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଗ୍ରୀଷ୍ମ

ପ୍ରବାହରେ ବିଗତ ଦିନରେ ମୃତ୍ୟୁ ଅଧିକ ଥିଲା ।

ଗ୍ରୀଷ୍ମ ପ୍ରବାହ କାରଣରୁ ବିଗତ ସରକାରରେ ଝାରସୁଗୁଡ଼ା ଜିଲ୍ଲାରେ 26ଜଣଙ୍କର ମୃତ୍ୟୁ ହୋଇଥିଲା

। ବର୍ତମାନ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରୁ ମୃତ୍ୟୁ ଖବର ଆସିନାହିଁ । ଗ୍ରୀଷ୍ମ ପ୍ରବାହରେ

ସାରା ରାଜ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ହିଁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି

କିନ୍ତୁ ଅନ୍ୟ ଜିଲ୍ଲାରୁ ଆସିନାହିଁ । ଏସଓପିକୁ ସଠିକ୍ ଭାବେ ପାଳନ ଓ ସଚେତନ କାରଣରୁ ଏ

ପର୍ଯ୍ୟନ୍ତ କୌଣସି ଅଘଟଣ ହୋଇନାହିଁ । ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରାକ୍ ପ୍ରସ୍ତୁତି କରାଯାଇଛି ବୋଲି

ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande