ଅସହାୟ କିଡନୀ ରୋଗୀକୁ ସାହଯ୍ୟ ର ହାତ ବଢ଼ାଇଲା ଅଂଶୁମାନ ଟ୍ରଷ୍ଟ
ଧର୍ମଶାଳା,୧୭ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଂଚାୟତ ମୁରତପୁର ଗାଁରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟ ପଟ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଖବର ପାଇ ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଇଛି । ଏଥିସହ ଆଗାମୀ ଦିନରେ ମେଡି
ଅସହାୟ କିଡନୀ ରୋଗୀକୁ  ସାହଯ୍ୟ ର ହାତ ବଢ଼ାଇଲା ଅଂଶୁମାନ ଟ୍ରଷ୍ଟ


ଧର୍ମଶାଳା,୧୭ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଂଚାୟତ ମୁରତପୁର ଗାଁରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟ ପଟ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଖବର ପାଇ ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଇଛି । ଏଥିସହ ଆଗାମୀ ଦିନରେ ମେଡିକାଲ ଯିବା ଆସିବା ଖର୍ଚ୍ଚ ପ୍ରଦାନ ସହ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ସୂଚନା ମୁତାବକ ମୁରତପୁର ଗ୍ରାମର ମାନସ ଦଳାଇ (୩୫) ଦିନ ମଜୁରିଆ ଭାବେ କାମ କରନ୍ତି ଆମିଷବାରରେ ମାଛ ବିକ୍ରୀ କରିଥାନ୍ତି । ଦିନକୁ ଦୁଇ ଶହ ରୁ ତିନି ଶହ ଟଙ୍କା ରୋଜଗାର କରି ଘର ଚଳାନ୍ତି । ସ୍ତ୍ରୀ ଓ ପରିବାରକୁ ନେଇ ହସଖୁସିରେ ଚାଲିଥିଲା ଅଭାବୀ ସଂସାର । ହେଲେ ଗୋଟାଏ ଦିନ ଦୁଃଖର ପାହାଡ ତାଙ୍କ ଉପରେ ଛିଡିପଡିଲା । ପ୍ରଥମେ ତାଙ୍କ ଗୋଡ଼ ଫୁଲିବା ଆରମ୍ଭ ହୋଇଥିଲା । ସେ ଡାକ୍ତର ପାଖକୁ ଯାଇ ଜାଣିବାକୁ ପାଇଥିଲେ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇ ଯାଇଛି । ଦୁଃଖର କଳା ଅନ୍ଧାର ଘୋଟି ଯାଇଥିଲା ମାନସ ଙ୍କ ପରିବାର ଉପରେ , ଗତ ଚାରି ମାସ ହେଲା ବିଛଣାରେ ପଡି ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସେହି ଦିନଠାରୁ ତାଙ୍କର ଚିକିତ୍ସା ପଛରେ ସବୁ କିଛି ଖର୍ଚ୍ଚ କରି ପରିବାର ଲୋକେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ହେଲେ ରୋଗ ଭଲ ହେେଉ ନାହିଁ । ଏବେ ଡାକ୍ତର କହୁଛନ୍ତି କିଡନି ପ୍ରତିରୋପଣ କଲେ ମାନସ ଭଲ ହୋଇପାରିବ । ମାନସର ପତ୍ନୀ କିଡନୀ ପ୍ରଦାନ ପାଇଁ ପ୍ରସ୍ତୁତ ଥିବା ବେଳେ ଗୁଡାଏ ଟଙ୍କାର ଆବଶ୍ୟକତା ରହିଛି । ଏଭଳି ଅବସ୍ଥାରେ କୌଣସି ସରକାରୀ କିମ୍ବା ବେସରକାରୀ ସଙ୍ଗଠନ ସହାୟତା ଯୋଗଇ ଦେବାକୁ ତାଙ୍କ ପତ୍ନୀ ନିବେଦନ କରିଛନ୍ତି । ଗଣ ମାଧ୍ୟମରୁ ଏହା ଜାଣିବା ପରେ ଧର୍ମଶାଳାର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ଅଂଶୁମାନ ଟ୍ରଷ୍ଟ ର ସଦସ୍ୟ ଚୈତନ୍ୟ ନାୟକ ,ଲୋକନାଥ ମହାନ୍ତି, ନିଗମାନନ୍ଦ ଦାସ, ଦିବ୍ୟଜ୍ୟୋତି ପରିଡା , ସୁରେନ୍ଦ୍ର ସାଇଁ ପ୍ରମୁଖ ରୋଗରେ ପିଡିତ ମାନସଙ୍କ ଘରେ ପହଂଚି ସହଯୋଗ ହାତ ବଢ଼ାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande