ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସଦସ୍ୟଙ୍କ କୋରାପୁଟ ଜିଲା ଗସ୍ତ
ଜୟପୁର, ୧୮ ମଇ (ହି.ସ.)- ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସଦସ୍ୟ ମାନେ କୋରାପୁଟ ଜିଲା ଗସ୍ତ କରିଛନ୍ତି । ଏକ ବିମାନ ଯୋଗେ ଆଜି ଜୟପୁର ଏରାୟପୋର୍ଟ ରେ ପହଞ୍ଚି ଥିଲେ । ଏଠାରେ କୋରାପୁଟ ଜିଲାପାଳ ଭି. କିର୍ତି ଭାସନ, ଏସପି ରୋହିତ ବର୍ମା, କୋରାପୁଟ ବିଧାୟକ ରଘୁ ରାମ ମାଛ, ଜୟପ
ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସଦସ୍ୟଙ୍କ   କୋରାପୁଟ  ଜିଲା ଗସ୍ତ


ଜୟପୁର, ୧୮ ମଇ (ହି.ସ.)- ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସଦସ୍ୟ ମାନେ କୋରାପୁଟ ଜିଲା ଗସ୍ତ କରିଛନ୍ତି । ଏକ ବିମାନ ଯୋଗେ ଆଜି ଜୟପୁର ଏରାୟପୋର୍ଟ ରେ ପହଞ୍ଚି ଥିଲେ । ଏଠାରେ କୋରାପୁଟ ଜିଲାପାଳ ଭି. କିର୍ତି ଭାସନ, ଏସପି ରୋହିତ ବର୍ମା, କୋରାପୁଟ ବିଧାୟକ ରଘୁ ରାମ ମାଛ, ଜୟପୁର ଉପ ଜିଲାପାଳ ଆକାବରମ ଶଶ୍ୟା ରେଡ୍ଡି ଉପସ୍ଥିତ ରହି ସ୍ୱାଗତ କରିଥିଲେ । ବିଧାୟିକା ତଥା ଟିମର ଅଧ୍ୟକ୍ଷ ସୀମାରାଣି ନାୟକଙ୍କ ନେତୃତ୍ୱରେ ୮ ଜଣ ବିଧାୟିକା ରହିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ, ବର୍ଷା ସିଂ ବରିହା, ସୁଜାତା ସାହୁ, ସଞ୍ଜଲି ମୁର୍ମ, ଉପାସନା ମହାପାତ୍ର, ସୁବାସିନି ଜେନା, ମନୋରମା ମହାନ୍ତି ଓ ସୋଫିଆ ଫିରଦୋଶ । ପରେ କଡା ସରୁକ୍ଷା ବଳୟରେ କୋରାପୁଟ ଗସ୍ତ କରିଛନ୍ତି । ଏହି ଟିମ ପ୍ରଥମେ ଦିନରେ ଦୁଧାରୀ ଠାରେ ଥିବା କଫି ବଗିଚା ବୁଲିବେ । ସେହିପରି ବିଟେଲ ପ୍ରସୋସିଂ ୟୁନିଟ ବୁଲିବା ସହ ଏହି କମିଟି ଜିଲାରେ ୨ ଦିନ ରହି ଜିଲାର ମହିଳା ଓ ଶିଶୁ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ସମିକ୍ଷା କରିବେ । ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା କୋରାପୁଟ ଓ ମାଲକାନଗିରି ଜିଲାରେ ଏହା ଉପରେ ମଧ୍ୟ ସମିକ୍ଷା କରିବେ । ଦେଓମାଳି ବୁଲିବା ସହ ସେଠାରେ ରାତ୍ରୀ ଯାପନ କରିବେ । ହଷ୍ଟେଲ ରେ ନିଯ୍ୟାତନା ସହ ମହିଳା ମାନଙ୍କ ସମସ୍ୟା ଉପରେ ବିଶେଷ କରି ଜିଲାପାଳ ଙ୍କ ସହ ଆଲୋଚନା କରି ସମିକ୍ଷା କରିବେ । ଅଙ୍ଗନବାଡୀ କେନ୍ଦ୍ର ପରିଦର୍ଶନ କରି ମା ମାନଙ୍କ କାର୍ଯ୍ୟ ବୁଲି ଦେଖିବେ । ଏହା ସହ ପର୍ଯ୍ୟଟନ କ୍ଷେତ୍ର ବୁଲିବା ସହ ସମସ୍ତ ଦିଗ ଉପରେ ଆଲୋଚନା କରିବେ । ଏହା ସହ ସୋମବାର ଏହି ଟିମ ବିଭିନ୍ନ ଟିମ ବିଭିନ୍ନ କଫି ଓ ମିଲେଟ୍ ପ୍ରୋସେସିଂ ୟୁନିଟ ସହ ଅଙ୍ଗନବାଡୀ କେନ୍ଦ୍ର ବୁଲିବା ସହ କୋରାପୁଟ ଓ ମାଲକାନଗିରି ଜିଲାର ଲୋକପ୍ରତିନିଧି ମାନଙ୍କ ମହିଳା ଶିଶୁ ନିଯ୍ୟାତନା ଉପରେ ଆଲୋଚନା କରିବେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande