କାନପୁର ବୃହତ ନଦୀ ବନ୍ଧ ଯୋଜନା କାହା ପାଇଁ
ଚମ୍ପୁଆ, ୧୮ ମଇ (ହି.ସ.)- କେନ୍ଦୁଝର ଜିଲ୍ଲାରେ କୃଷିର ଉନ୍ନତି ପାଇଁ ନଦୀବନ୍ଧ ନିର୍ମାଣ କରାଯାଇ ଚାଷ ଜମିକୁ ଜଳସେଚନ କରାଯିବା ଲକ୍ଷ୍ଯ ରଖି ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଠାରେ ବୈତରଣୀ ନଦୀ ଉପରେ କାନପୁର ବୃହତ୍ ନଦୀ ବନ୍ଧ ନିର୍ମାଣ ଚାଲିଥିବା ବେଳେ ଏହି ନଦୀ ବନ୍ଧର ଜଳ ଭଣ
କାନପୁର ନଦୀ ବନ୍ଧରେ ଇଣ୍ଟେକ ୱେଲ ନିର୍ମାଣ


ଚମ୍ପୁଆ, ୧୮ ମଇ (ହି.ସ.)- କେନ୍ଦୁଝର ଜିଲ୍ଲାରେ କୃଷିର ଉନ୍ନତି ପାଇଁ ନଦୀବନ୍ଧ ନିର୍ମାଣ କରାଯାଇ ଚାଷ ଜମିକୁ ଜଳସେଚନ କରାଯିବା ଲକ୍ଷ୍ଯ ରଖି ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଠାରେ ବୈତରଣୀ ନଦୀ ଉପରେ କାନପୁର ବୃହତ୍ ନଦୀ ବନ୍ଧ ନିର୍ମାଣ ଚାଲିଥିବା ବେଳେ ଏହି ନଦୀ ବନ୍ଧର ଜଳ ଭଣ୍ଡାରରୁ ଶିଳ୍ପକୁ ଜଳ ନେବା ପାଇଁ ଇଣ୍ଟେକ ୱେଲ ନିର୍ମାଣ କରାଯାଉ ଥିବାରୁ ଏହି କାନପୁର ନଦୀ ବନ୍ଧ ଯୋଜନା କାହାପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି କାନପୁର ନଦୀ ବନ୍ଧ ଜଳକୁ ଚାହିଁ ରହିଥିବା ଚାଷୀ ଏବେ ଅନ୍ଧାରରେ। ବୈତରଣୀ ନଦୀରେ ନଦୀବନ୍ଧ ନିର୍ମାଣ କରାଯାଇ ଚାଷ ଜମିକୁ ଜଳସେଚନ କରିବା ପରିବର୍ତ୍ତେ ଶିଳ୍ପକୁ ଜଳ ଯୋଗାଣ ପାଇଁ ବିଧିବଦ୍ଧ ଯୋଜନା କରା ଯାଉଥିବାରୁ ଏହାକୁ ନେଇ ଚାଷୀ ମହଲରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଜଳ ପୁରୁଷ ଡକ୍ଟର ରାଜେନ୍ଦ୍ର ସିଂ ଏବଂ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଷନ ଦାସ କାନପୁର ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରି ନଦୀରେ ପରିବେଶ ଅନୁଯାୟୀ ହେଉଥିବା ସ୍ରୋତକୁ ରୋକାଯାଇ ଚାଷୀ ମାନଙ୍କ ସାମୁହିକ ବିକାଶ ପାଇଁ ଏହାକୁ ବ୍ୟବହାର କରାଯିବାର ଯଥାର୍ଥତା ଯଦିଓ ରହିଛି, କାନପୁର ଜଳସେଚନ ପ୍ରକଳ୍ପରେ ବର୍ତ୍ତମାନ ଚାଷୀ ହତାଶ ହେଉଥିବା ବେଳେ ଶିଳ୍ପ ସଂସ୍ଥା ମାନଙ୍କର ଇଣ୍ଟେକ୍ ୱେଲ୍ ନିର୍ମାଣ କାର୍ଯ୍ୟ ଜଳ ଭଣ୍ଡାର ନିକଟରେ ଦୃତ ଗତିରେ ଚାଲିଥିବାରୁ ଉଦବେଗ ପ୍ରକାଶ କରିଥିଲେ। ବହୁ ପୂର୍ବରୁ ଶିଳ୍ପ ସଂସ୍ଥା ମାନଙ୍କ ଦ୍ୱାରା ଚଂଚକତା କରି ବୈତରଣୀ ନଦୀର ଜଳକୁ ଲୁଟ କରା ଯାଉଥିବା ସହିତ କାନପୁର ନଦୀ ବନ୍ଧ ପ୍ରକଳ୍ପ ନାମରେ ଲୋକଙ୍କୁ ଅନ୍ଧାରେ ରଖି ଅଧିକାରୀ ଓ ଚୋରା ବାଲି ମାଫିଆ ସଲାସୁତୁରା ହୋଇ ନଦୀ ପଠାରୁ ବେନିୟମ ବାଲି ଖନନ ହେତୁ ମୃତ୍ତିକା ଅବକ୍ଷୟ ହୋଇ ଜଳ ସ୍ରୋତକୁ ହ୍ରାସ କରି ସାଲାଣି। ଜିଲ୍ଲାର ଚାଷୀ ମାନଙ୍କ ପାଇଁ ଚାଷ ଓ ଜୀବନ ଜୀବିକା ନିମନ୍ତେ ଜଳର ଅତି ଆବଶ୍ୟକତା ରହିଥିବା ବେଳେ ଏବେ ବୈତରଣୀ ନଦୀର ଧାର ଦିନକୁ ଦିନ ହ୍ରାସ ପାଇବାକୁ ବସିଛି। ଜଳକୁ ଶିଳ୍ପ ସଂସ୍ଥାକୁ ଦେବା ଦ୍ଵାରା ବୈତରଣୀ ନଦୀରେ ଆଗକୁ ଜଳ ସଙ୍କଟ ଦେଖା ଦେବା ସୁନିଶ୍ଚିତ ହୋଇ ପଡିଛି। ଏ କ୍ଷେତ୍ରରେ କାନପୁର ବୃହତ ନଦୀ ବନ୍ଧ ଯୋଜନା ଚାଷ ଓ ଚାଷୀଙ୍କୁ ଜଳ ଯୋଗାଣ ଉଦେଶ୍ୟରେ ହେଉଛି ନା ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣ ପାଇଁ ହେଉଛି ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଥିବା ବେଳେ ଏହା ଏବେ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande