ବିଚ୍‌ ରାସ୍ତାରେ ଖଣ୍ଡା ଧରି ଗୋଡ଼ାଇବା ଘଟଣା : ୭ ଜଣଙ୍କୁ ଧରିଲା ବଲାଙ୍ଗିର ପୋଲିସ
ବଲାଙ୍ଗିର, ୧୮ ମଇ (ହି.ସ.)- ପୂର୍ବ ଶତୃତାକୁ କେନ୍ଦ୍ର କରି ଗତ ମଇ ୭ ତାରିଖ ରାତିରେ ଜଣେ ଯୁବକଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ବଲାଙ୍ଗୀର ପୋଲିସ ଘଟଣାରେ ସଂପୃକ୍ତ ୩ ଜଣ ଦୁର୍ବତ୍ତଙ୍କୁ ଗିରଫ କରିଛି । ଗତ ମଇ ୭ ତାରିଖ ରାତିରେ ବଲାଙ୍ଗୀର ଲୋକନାଥ ମନ୍ଦିର ସମ୍ମୁଖରେ ବଲାଙ୍ଗୀର ରାମେଶ୍ୱ
ବିଚ୍‌ ରାସ୍ତାରେ ଖଣ୍ଡା ଧରି ଗୋଡ଼ାଇବା ଘଟଣା : ୭ ଜଣଙ୍କୁ ଧରିଲା ବଲାଙ୍ଗିର ପୋଲିସ


ବିଚ୍‌ ରାସ୍ତାରେ ଖଣ୍ଡା ଧରି ଗୋଡ଼ାଇବା ଘଟଣା : ୭ ଜଣଙ୍କୁ ଧରିଲା ବଲାଙ୍ଗିର ପୋଲିସ


ବଲାଙ୍ଗିର, ୧୮ ମଇ (ହି.ସ.)- ପୂର୍ବ ଶତୃତାକୁ କେନ୍ଦ୍ର କରି ଗତ ମଇ ୭ ତାରିଖ ରାତିରେ ଜଣେ ଯୁବକଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ବଲାଙ୍ଗୀର ପୋଲିସ ଘଟଣାରେ ସଂପୃକ୍ତ ୩ ଜଣ ଦୁର୍ବତ୍ତଙ୍କୁ ଗିରଫ କରିଛି । ଗତ ମଇ ୭ ତାରିଖ ରାତିରେ ବଲାଙ୍ଗୀର ଲୋକନାଥ ମନ୍ଦିର ସମ୍ମୁଖରେ ବଲାଙ୍ଗୀର ରାମେଶ୍ୱର ନଗରର ସୋନୁ ପଟ୍ଟନାୟକ ଠିଆ ହୋଇଥିବା ସମୟରେ ହଠାତ୍ ୭ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ସୋନୁଙ୍କ ଉପରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଥିଲେ । ସେମାନେ ଖଣ୍ଡା ଓ ଭୁଜାଲି ଧରି ସୋନୁଙ୍କୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଜୀବନ ବଂଚାଇବା ପାଇଁ ସୋନୁ ଦୌଡି ପଳାଇ ଜଗନ୍ନାଥ ମନ୍ଦିର ନିକଟ ଏକ ସୁନାଗହଣା ଦୋକାନ ଭିତରେ ଲୁଚି ଯାଇଥିଲେ । ତେବେ ଏହି ମୁଖାପିନ୍ଧା ଦୃର୍ବତ୍ତ ମାନେ ସୁନା ଦୋକାନ ବାହାରେ ଥିବା ଗେଟ୍‌ କୁ ଭାଙ୍ଗି ଘଟଣାସ୍ଥଳରୁ ଫେରାର୍ ମାରିଥିଲେ । ଏହି ଘଟଣାକୁ ନେଇ ସୋନୁ ବଲାଙ୍ଗୀର ଟାଉନ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଉପରେ ଟାଉନ ପୋଲିସ ଅନୁସନ୍ଧାନ ଜାରି ରଖିଥିଲା । ଗତକାଲି ଏହି ଘଟଣାରେ ସଂପୃକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି । ସମ୍ପୃକ୍ତ ଭିତରେ ୪ ନାବାଳକ ଅଛନ୍ତି ଅନ୍ୟ ସଂପୃକ୍ତ ଭିତରୁ

ବଲାଙ୍ଗିର ହାଟପଦା ପଡାର ବିଶାଲ ପଶାୟତ(୨୪) ଗନ୍ଧରେଲର ସୋନୁ ଓରଫ ତୁଷାର ବାରିକ(୨୪) ଓ ବଜୟନ୍ତୀ ପଡାର ରାଜା ଓରଫ ସହୀଦ ପାତ୍ର(୧୯) ଙ୍କୁ ଗିରଫ କରିଛି । ଏମାନଙ୍କ ନାମରେ ଟାଉନଥାନା କେଶ ନମ୍ବର ୩୨ଠ ଦଫା ୧୦୯/୬୧(୨), ୩୫୧(୩) ବିଏନ୍‌ଏସ୍ ଓ ଦଫା ୧୦୯/୦୬, ୨୫/୨୭ ଆର୍ମସ ଆକ୍ଟ ରେ ଏକ ମାମଲା ରୁଜୁ ହୋଇଛି । ବଲାଙ୍ଗିର ଟାଉନଥାନା ଠାରେ ଠାରେ ଗତକାଲି ସନ୍ଧ୍ଯାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ଅଭିଳାଷ ଜୀ । ଗାଳିଗୁଳଜ ଓ କଥାକଟାକଟିକୁ ନେଇ ବିଶାଳ ଓ ସୋନୁଙ୍କ ଭିତରେ ପୂର୍ବରୁ ଝଗଡା ରହିଥିଲା। ତେଣୁ ବିଶାଳ ସୋନୁଙ୍କୁ ଜୀବନରେ ମାରି ଦେବା ପାଇଁ ଯୋଜନା କରୁଥିଲା । ସେମିତି କୌଣସି ନିଛାଟିଆ ସ୍ଥାନ କିମ୍ବା ସୁଯୋଗ ନ ପାଇବାରୁ ଗତ ୭ ତାରିଖ ରାତିରେ ସୋନୁଙ୍କୁ ସ୍ଥାନୀୟ ଲୋକନାଥ ମନ୍ଦିର ଠାରେ ଏକାକୀ ପାଇ ବିଶାଳ ନିଜ ୭-୮ ଜଣ ସହଯୋଗୀ ମାନଙ୍କ ସହ ସଂଘବଦ୍ଧ ଭାବରେ ସୋନୁ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ବ୍ୟବହୃତ ଦୁଇଟି ପଲସର ବାଇକ୍, ୪ଟି ଖଣ୍ଡା ଓ ୫ଟି ମୋବଇଲ ଫୋନ୍ ଜବତ କରିଛି ପୋଲିସ । ବଲାଙ୍ଗୀର ଟାଉନ ପୋଲିସ, ସଦର ଏସ୍‌ଡିପିଓ, ସାଇବର ସେଲ୍, ବିଭିନ୍ନ ସିସି ଟିଭି ଫୁଟେଜ୍ ଓ କିଛି ଟେକ୍‌ନିକାଲ କଲ କୁ ଆଧାର କରି ପୋଲିସ ଅପରାଧୀ ମାନଙ୍କ ପାଖରେ ପହଂଚିବାରେ ସଫଳ ହୋଇପାରିଛି । ତେବେ ଆକ୍ରମଣର ଶୀକାର ହୋଇଥିବା ସୋନୁଙ୍କ ଅଭିଯୋଗକୁ ଆଧାର କରି ଏ ଘଟଣାରେ ଅହୁରି ଅଧିକ ତଦନ୍ତ କରୁଛି ପୋଲିସ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande