ଧର୍ମଶାଳା, ୧୮ ମଇ (ହି.ସ.)- ଗତ ୭ ତାରିଖରେ ହୋଇଥିବା ‘ଅପରେସନ ସିନ୍ଦୂର’ର ସଫଳତା ପରେ ସେନାଙ୍କୁ ପ୍ରେରଣା ଦେବା ପାଇଁ ଦେଶରେ ଆରମ୍ଭ ହୋଇଛି ‘ତ୍ରିରଙ୍ଗା ଯାତ୍ରା’ ଏହି ଯାତ୍ରାକୁ ଏବେ ସହର କିମ୍ବା ସଦର ମହକୁମାରେ ସୀମିତ ନ ରଖି ସବୁ ପଂଚାୟତ ଓ ଗ୍ରାମରେ ପାଳନ କରାଯିବାକୁ ନିସ୍ପତି ନିଆଯାଇଛି । ଏହି କ୍ରମରେ ଆଜି ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଜିଲାର ବଡଚଣା ଓ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ସକାଳୁ ବଡଚଣା ବ୍ଲକ ଶାନ୍ତିପୁର ପଂଚାୟତରେ ଯୁବ ସଂଗଠକ ପ୍ରମୋଦ କୁମାର ପଲେଇଙ୍କ ନେତୃତ୍ୱରେ ପାଳିତ ହୋଇଯାିଛି । କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ହାତରେ ଜାତୀୟ ପତାକା ଧରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ ।
ସେହିପରିଭାବେ ରସୁଲପୁର ବ୍ଲକ ବ୍ରହ୍ମବରଦା ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା,ସାଂସଦଙ୍କ ପ୍ରତିନିଧି ତଥା ବରିଷ୍ଠ ଭାଜାପା ନେତା କାହ୍ନୁ ଚରଣ ଦାଶ,ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ବିବେକାନନ୍ଦ ଜେନା,ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ରତିକାନ୍ତ ରାଜବଂଶୀ,ବ୍ରହ୍ମବରଦା ମଣ୍ଡଳ ସଭାପତି ସଭାପତି ମିଥୁନ କୁଣ୍ଡୁ,ପ୍ରଦିପ ଦାସ,ସ୍ୱଚ୍ଛ ଭାରତ ଅଭିଯାଜନ ସଂଯୋଜକ ପ୍ରଫୁଲ୍ଲ ଗିରି,କୃଷକ ମୋର୍ଚ୍ଚା ଉପସଭାପତି ସୌଭାଗ୍ୟ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିଲ ରାଉତ, ପୂର୍ବତନ ମଣ୍ଡଳ ସଭାପତି ପ୍ରଶାନ୍ତ ମହାରଣା,୩୧ ନଂ ଜୋନ ପୂର୍ବତନ ସଭାପତି ବୀରସେନ ରାଉତ ଓ ୩୫ ନଂ ଜୋନ ପୂର୍ବତନ ମଣ୍ଡଳ ସଭାପତି ଲକ୍ଷ୍ମୀଧର ପତି ପ୍ରମୁଖ ସାମିଲ ହୋଇଥିଲେ । ମଙ୍ଗରାଜପୁର ପଂଚାୟତ ଖଣ୍ଡାସ ଛକଠାରୁ ଏକ ଶୋଭାଯାତ୍ରା ବାହାରି ମହେଶ୍ୱରପୁର ପଂଚାୟତ ଦେଇ ବ୍ରହ୍ମବରଦା ତାରିଣୀଛକ ଠାରେ ଶେଷ ହୋଇଥିଲା । କର୍ମୀମାନେ ସ୍ଲୋଗାନ ଦେଇ ବୀର ଯବାନମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଦେବବ୍ରତ ଦାସ, ସଂଜୟ ବେହେରା, ସାଗରଦୀପ ମହାନ୍ତି, ନିଶିଭଦ୍ର ଜେନା, ଅଂଶୁଭଦ୍ର ବେହୁରିଆ, ଅଂଶୁ ବାରିକ, ହେମନ୍ତ କୁମାର ଦାସ, ଭରତ ଚନ୍ଦ୍ର ସେନାପତି, ପ୍ରଶାନ୍ତ ମହାନ୍ତି, ଦୀପକ ରାଉତ, ଅତ୍ୟୁତାନନ୍ଦ ମହାଳିକ, ଚିଂତରଂଜନ ଦାସ, ସଂଜୟ ପଣ୍ଡା, ଚିତରଂଜନ ଗନ୍ତାୟତ, ପ୍ରଶାନ୍ତ ଦାସ, ସିପୁନ ଘଡାଇ, ଜୟନ୍ତୀ ନାୟକ ଓ ସତ୍ୟଭାମା ଜେନା ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ