ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, 18 ମେ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କୁ ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜ
ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ     ମାଝୀ


ଭୁବନେଶ୍ୱର, 18 ମେ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ରବିବାର ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କୁ ତାଙ୍କ ଜନ୍ମଦିନ ଅବସରରେ

ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ

ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କୁ ସାମ୍ବିଧାନିକ ମୂଲ୍ୟ ପ୍ରତି ସମର୍ପଣ ଓ

ସାର୍ବଜନୀନ ସେବା ପାଇଁ ତାଙ୍କ ପ୍ରତିବଦ୍ଧତାର ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ‘ଭାରତର ଉପରାଷ୍ଟ୍ରପତି

ଶ୍ରୀ ଜଗଦୀପ ଧନଖଡଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ସମ୍ବିଧାନ ପ୍ରତି ଆପଣଙ୍କ ନିଷ୍ଠା

ଓ ଜନସେବା ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଦେଶକୁ ନିରନ୍ତର ପ୍ରେରିତ କରୁଥିବ । ଆପଣଙ୍କ ଉତ୍ତମ

ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଓ ଦୀର୍ଘ ଓ ସମ୍ମାନଜନକ ଜୀବନ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande