ଭୁବନେଶ୍ୱର, 8 ମେ (ହି.ସ.)
- କେନ୍ଦ୍ର ଗୃହ
ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ । ଦୁଇ ଦିନିଆ ଗସ୍ତରେ ଆସିଥାନ୍ତେ କେନ୍ଦ୍ର ଗୃହ
ମନ୍ତ୍ରୀ । 10 ଓ 11ରେ ସମ୍ବଲପୁର ଏବଂ ଭୁବନେଶ୍ଵର ଗସ୍ତରେ ଆସିବାର ଥିଲା କାର୍ଯ୍ୟକ୍ରମ । ବିଭିନ୍ନ
ପ୍ରକଳ୍ପ ଉଦ୍ଘାଟନ ସହ ଜନ ସଭାକୁ ସମ୍ବୋଧନ କରିବାର ଥିଲା କାର୍ଯ୍ୟକ୍ରମ । ସମ୍ଭାବ୍ୟ ଯୁଦ୍ଧ
ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଥିବା ନେଇ ସମ୍ବଲପୁର
ବିଧାୟକ ଜୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା