ବିଶ୍ୱ ରେଡକ୍ରସ ଦିବସରେ ରେଡକ୍ରସ ସେବକଙ୍କ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, 8 ମେ (ହି.ସ.) - ବିଶ୍ୱ ରେଡକ୍ରସ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରେଡକ୍ରସର ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କ ନିସ୍ୱାର୍ଥସେବା ଭାଗ ଓ ମାନବୀୟ କାର୍ଯ୍ୟ ପ୍ରତି ଅତୁଟ ସମର୍ପଣ ପାଇଁ ସେମାନଙ୍କ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସ
ବିଶ୍ୱ ରେଡକ୍ରସ ଦିବସରେ     ରେଡକ୍ରସ ସେବକଙ୍କ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 8 ମେ (ହି.ସ.)

- ବିଶ୍ୱ

ରେଡକ୍ରସ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରେଡକ୍ରସର ସ୍ୱେଚ୍ଛାସେବୀମାନଙ୍କୁ

ସେମାନଙ୍କ ନିସ୍ୱାର୍ଥସେବା ଭାଗ ଓ ମାନବୀୟ କାର୍ଯ୍ୟ ପ୍ରତି ଅତୁଟ ସମର୍ପଣ ପାଇଁ ସେମାନଙ୍କ

ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସୋସିଆଲ

ମିଡିଆ ମାଧ୍ୟମରେ ରେଡ୍ କ୍ରସ କାର୍ଯ୍ୟକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାର ପ୍ରଶଂସା

କରିଛନ୍ତି । ସେ ପୋଷ୍ଟ କରିଛନ୍ତି ଯେ, ଆମେ ସେହି ରେଡ୍ କ୍ରସ ସ୍ୱେଚ୍ଛାସେବୀଙ୍କ ଭାବନାକୁ

ସଲାମ କରୁଛୁ, ଯେଉଁମାନେ ଦରକାରୀ ଲୋକଙ୍କ ପାଇଁ ଆଶା ଓ ଉପଚାର ନେଇ କରି ଆସିଥାନ୍ତି । ଓଡ଼ିଶାରେ

ଆମେ ସେମାନଙ୍କ ନିସ୍ୱାର୍ଥ ସେବା ଭାଗକୁ ଅତ୍ୟଧିକ ଗୁରୁତ୍ୱ ଦେଇଥାଉ- ବିଶେଷ କରି ବିପଦ ସମୟରେ

ଯେତେବେଳେ ସେମାନଙ୍କ ସାହସ ଓ ସମବେଦନା ସବୁଠୁ ଅଧିକ ଦେଖାବାକୁ ମିଳିଥାଏ ।

ମୁଖ୍ୟମନ୍ତ୍ରୀ ମାଝୀ

ନାଗରିକଙ୍କୁ ମାନବୀୟ ଉଦ୍ୟମକୁ ସମର୍ଥନ ଦେବା ଓ ରେଡକ୍ରସର ମୂଳ ସିଦ୍ଧାନ୍ତ-ମାନବତା,

ନିରପେକ୍ଷତା ଓ ସ୍ୱେଚ୍ଛାକୃତ ଭାବେ ସେବାକୁ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande