ଭୁବନେଶ୍ୱର, 9 ମେ (ହି.ସ.)- ରାଜ୍ୟ ସରକାର
ଚଳିତମାସ ଶେଷ ସୁଦ୍ଧା ଆଣିବାକୁ ଯାଉଛନ୍ତି ରାଜ୍ୟ ଅବକାରୀ ନୀତି। ଏହି ପଲିସି ତିନିବର୍ଷ ପାଇଁ
କାର୍ଯ୍ୟକାରୀ ହେବ। ପୂର୍ବରୁ ଅବକାରୀ ନୀତି କେବଳ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାରୀ ହେଉଥିଲା।
ଏହାପରେ ଅଧିକ ବିଚାରବିମର୍ଶ କରି ରାଜ୍ୟ ସରକାର ପଲିସିରେ କିଛିଟା ପରିବର୍ତ୍ତନ କରିବାକୁ
ଯାଉଛନ୍ତି । ବିଭିନ୍ନ ରାଜ୍ୟର ଅବକାରୀ ନୀତିକୁ ତର୍ଜମା କରାଯାଇ ପୋଲିସିରେ ପରିବର୍ତ୍ତନ ସହ
ଏହାକୁ କାର୍ଯ୍ୟକାରୀ କରିବାକୁ ଚିନ୍ତା କରାଯାଉଥିବା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ
ହରିଚନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା