କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – କୋରୋ ଗ୍ରାମର କୁମ୍ଭାର ସାହିରେ ଦିବଂଗତ ବିଶିଷ୍ଟ କଳାକାର, ସ୍ଥପତି, ସମାଜସେବୀ ଏବଂ ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ଦାସଙ୍କ ପୁଣ୍ୟ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଏବଂ ଭାବପୂର୍ଣ୍ଣ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଦିବଂଗତ ନିତ୍ୟାନନ୍ଦଙ୍କ ଫଟୋ ଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କଲାପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ର ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ବଳିଷ୍ଠ ସଂଯୋଜନାରେ ବିଶିଷ୍ଟ କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର ପାଢୀ, ନିରୁପମା, ବଳରାମ ମଲିକ, ରଞ୍ଜନ ବରାଳ, ଅଜୟ ଜେନା, କୈଳାସ ପରିଡା, ତୋଫାନ ମଲିକ ପ୍ରମୁଖ ଶିଳ୍ପୀମାନେ ଭାବପୂର୍ଣ୍ଣ ଭଜନ ପରିବେଷଣ କରି ସ୍ୱର୍ଗୀୟ ଦାସଙ୍କୁ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁତ୍ର ଅଶୋକ ଦାସ, ସୁଶାନ୍ତ ଦାସ, କମଳାକାନ୍ତ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଗୁରୁ ଚରଣ ଷଡ଼ଙ୍ଗୀ, ଅଭିରାମ ବେହେରା, ବସନ୍ତ ଜେନା, ଗଣେଶ ଚନ୍ଦ୍ର ରାଉତ, ମାଧବ ମଳିକ, କୋରୋ ସରପଂଚଙ୍କ ପ୍ରତିନିଧି ରଞ୍ଜିତ ପ୍ରସାଦ ଜେନା, ସୁରେନ୍ଦ୍ର ରାଉତ, ଚୈତନ୍ୟ ରାଉତ, ଗଣେଶ ଦାସ, ଚକ୍ରଧର ବେହେରା, ବେଣୁଧର ବେହେରା, ଦାମୋଦର ମଲିକ, ଦେବରାଜ ଷଡ଼ଙ୍ଗୀ, ରଞ୍ଜନ ନାୟକ, ଶିକ୍ଷକ କମଳାକାନ୍ତ ସାମନ୍ତରାୟ, ମମତା ମଲିକ, ରଶ୍ମିରଞ୍ଜନ ଷଡ଼ଙ୍ଗୀ,ସତୀର୍ଥର ସମ୍ପାଦକ କବି ମନ୍ମଥ ନାଥ ବରାଳ, ଅପର୍ତି ବିଶ୍ୱାଳ, ମହେଶ୍ୱର ନାୟକ, ମୋ ଗାଁ ମୋ ସ୍ୱାଭିମାନର ୍ୱିନୋଦ ଦାସ, ମେଘନାଦ ମଲିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଭକ୍ତିପୂତ ଶ୍ରଦ୍ଧାଂଜଳି ଜଣାଇବା ସହିତ ସ୍ମୃତିଚାରଣ କରିଥିଲେ। ଶେଷରେ ପରିବାର ବର୍ଗଙ୍କ ତରଫରୁ ଜ୍ୟେଷ୍ଠ ପୁତ୍ର ଅଶୋକ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି