କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍ ସ୍ଥିତ ଗୋଲର ହାଟ ମୁସଲିମ୍ ବସ୍ତିରେ ପସ୍ମନ୍ଦା ମୁସଲିମ୍ ୱେଲଫେୟାର ସୋସାଇଟି ତରଫରୁ ପଛୁଆ ବର୍ଗର ମୁସଲିମ୍ ସମାଜର ସାମାଜିକ କ୍ଷେତ୍ର, ଆର୍ଥିକ କ୍ଷେତ୍ର ତଥା ଶିକ୍ଷାଗତ କ୍ଷେତ୍ରରେ କିଭଳି ବିକାଶ ହୋଇପାରିବ ସଭାପତି ଏମ୍ଡି ମୁସ୍ତାକିମ, ସମ୍ପାଦକ ସେକ୍ ସାବିର ହୋସେନ୍ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାମାଜିକ କର୍ମୀ ସେକ୍ ହାଫିଦୁଲ୍ଲା ଏବଂ ସେକ ମେହେବୁବ ଅଲ୍ଲି ଓଡିଶା ମାନବ ଅଧିକାର ପରିଷଦର ଜିଲ୍ଲା ଉପଦେଷ୍ଟା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାଁର ସର୍ଦାର ବସର ଖାନ, ନାୟବ ସର୍ଦାର ତାଲେବ ଖାଁ, ଗାଁର ମୁସଲିମ ଯୁବ ସମାଜଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହେଲା ବୋଲି ସମ୍ପାଦକ ସେକ ସାବିର ହୁସେନ ଧନ୍ୟବାଦ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି