ବାଳିକା ବିଦ୍ୟାଳୟର ଛାତ୍ରୀଙ୍କୁ ଡାଇରିଆ ସଂପର୍କରେ ସଚେତନତା
କେନ୍ଦ୍ରାପଡ଼ା, ୨୦ ଜୁନ୍‌(ହି.ସ.) – କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀଙ୍କୁ ଡାଇରିଆ ସଂପର୍କରେ ସଚେତନତା କରାଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ପରିଡାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବୀରବର ସେନାପତି, ଶ୍ରୀବାସ ତ୍ରିପ
ବାଳିକା ବିଦ୍ୟାଳୟର ଛାତ୍ରୀଙ୍କୁ ଡାଇରିଆ ସଂପର୍କରେ ସଚେତନତା


କେନ୍ଦ୍ରାପଡ଼ା, ୨୦ ଜୁନ୍‌(ହି.ସ.) – କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀଙ୍କୁ ଡାଇରିଆ ସଂପର୍କରେ ସଚେତନତା କରାଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ପରିଡାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବୀରବର ସେନାପତି, ଶ୍ରୀବାସ ତ୍ରିପାଠୀ, ଶ୍ରୀନିବାସ ମିଶ୍ର, ପ୍ରିୟମ୍ବଦା ନାୟକ, ସସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ସଚେତନ କରେଇବା ସହ ବାହାରେ ଖୋଲାରେ ବିକ୍ରି ହେଉଥିବା ଗୁପଚୁପ, ଚାଟ୍‌, ତେଲଭାଜି ପ୍ରଭୃତି କୈାଣସି ଖାଦ୍ୟ ନଖାଇବା କିମ୍ବା କୈାଣସି ହୋଟେଲ ଓ ଜଳଖିଆ ଦୋକାନରୁ ପାଣି ନପିଇବା, ଅସୁସ୍ଥ ଥିଲେ ଘରୁ ପାଣି ଆଣି ପିଇବା ଓ ଖାଇବା ପୂର୍ବରୁ ଓ ଶୈାଚ ହେବାପରେ ହାତକୁ ଭଲ ଭାବରେ ସାବୁନ ରେ ଧୋଇବା ସହ ଅସୁସ୍ଥ ଅନୁଭବ କଲେ ତୁରନ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ସଂପର୍କରେ ସଚେତନ କରାଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande