ପୋଲିସ -ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ
ପୁରୀ, ୨୦ ଜୁନ୍ (ହି.ସ.)- ଆଜି ଅପରାହ୍ନରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପୋଲିସ -ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଚଳିତ ରଥଯାତ୍ରାରେ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍
ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ।


ପୁରୀ, ୨୦ ଜୁନ୍ (ହି.ସ.)- ଆଜି ଅପରାହ୍ନରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପୋଲିସ -ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଚଳିତ ରଥଯାତ୍ରାରେ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୋଲିସ ଓ ପ୍ରଶାସନ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଥିଲେ। ଏହାକୁ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକ ମାନଙ୍କୁ ସୁବିଧା ଓ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ନିଷ୍ଠାର ସହ ନିର୍ଦ୍ଧାରିତ ସ୍ଥାନ ମାନଙ୍କ ରେ କାର୍ଯ୍ୟ କରିବାକୁ ମତ ଦେଇଥିଲେ। ଶ୍ରଦ୍ଧାଳୁ ମାନଙ୍କୁ ସହଯୋଗ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଏସପି ସୁନୀଲ କୁମାର ମିଶ୍ର, ସଚିନ ପଟେଲ, ସୌମ୍ୟ ରଞ୍ଜନ ମଲ୍ଲିକ ଓ ଡିଆଇବି ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ ପ୍ରମୁଖ ଯୋଗଦେଇ ରଥଯାତ୍ରାକୁ ଆସୁଥିବା ଅତିଥି ମାନଙ୍କ ସୁରକ୍ଷା ଓ ଯାତ୍ରୀ ମାନଙ୍କ ସୁରକ୍ଷା ସହ ଶୃଙ୍ଖଳିତ ଭାବେ ଯାତ୍ରୀ ମାନଙ୍କ ଦର୍ଶନ, ବିଭିନ୍ନ ସେବାରେ ନିୟୋଜିତ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କୁ ନିର୍ଦ୍ଧାରିତ ସ୍ଥାନରେ ସେବା ଯୋଗାଇବାରେ ସହଯୋଗ କରିବା, ଅଯଥା ଗହଳି କରାଇ ନଦେବା, ଟ୍ରାଫିକ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଆଶୁ ଚିକିତ୍ସା ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା ସେବା, ପାର୍କିଂ ବ୍ୟବସ୍ଥା ଇତ୍ୟାଦିର ସୁପରିଚାଳନା ପାଇଁ ବିଭିନ୍ନ ପରାମର୍ଶ ମାନ ଦେଇଥିଲେ।

ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସମସ୍ତଙ୍କୁ ସ୍ବାଗତ ଓ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ । ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ପ୍ରଶାନ୍ତ କୁମାର ଜେନା ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande