ନିଟ ପରୀକ୍ଷାରେ ରୋନକ ସାହୁଙ୍କ ସଫଳତା
ବଲାଙ୍ଗିର, ୨୩ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଋଷୁଡା ଗ୍ରାମ ପଞ୍ଚାୟତସ୍ଥ ଉପାନ୍ତ ଲିଖିରିଆ ଗ୍ରାମର ଶ୍ରୀମାନ ରୋନକ ସାହୁ (ପ୍ରିନ୍ସ ) ନିଟ ପରୀକ୍ଷାରେ ୫୬୫ ନମ୍ବର ରଖି ସର୍ବ ଭାରତୀୟ ସ୍ତରରେ ୬୬୪୭ ଏବଂ ଓବିସି ବର୍ଗରେ ୨୬୭୯ ରାଙ୍କ ହାସଲ କରି ଗୌରାବାନ୍ୱିତ କରିଛନ୍ତି | ପିତା
ନିଟ ପରୀକ୍ଷା ରେ ରୋନକ ସାହୁ  ଙ୍କ ସଫଳତା


ବଲାଙ୍ଗିର, ୨୩ ଜୁନ୍ (ହି.ସ.)-

ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଋଷୁଡା ଗ୍ରାମ ପଞ୍ଚାୟତସ୍ଥ ଉପାନ୍ତ ଲିଖିରିଆ ଗ୍ରାମର ଶ୍ରୀମାନ ରୋନକ ସାହୁ (ପ୍ରିନ୍ସ ) ନିଟ ପରୀକ୍ଷାରେ ୫୬୫ ନମ୍ବର ରଖି ସର୍ବ ଭାରତୀୟ ସ୍ତରରେ ୬୬୪୭ ଏବଂ ଓବିସି ବର୍ଗରେ ୨୬୭୯ ରାଙ୍କ ହାସଲ କରି ଗୌରାବାନ୍ୱିତ କରିଛନ୍ତି |

ପିତା ବିରେନ୍ଦ୍ର ସାହୁ (ବିଏ )ଓ ମାତା ଗିରିଜା ସାହୁଙ୍କ ଏକ ମାତ୍ର ପୁତ୍ର ରୋନକ ସାହୁ ଯିଏ କି ଗ୍ରାମାଞ୍ଚଳ ଜରାସିଂହା ପବ୍ଲିକ ସ୍କୁଲ ବିଦ୍ୟାଳୟ ଆରମ୍ଭ, ଷଷ୍ଠରୁ ଦଶମ ଶ୍ରେଣୀ ଅଧ୍ୟୟନ, ନବୋଦୟ ବିଦ୍ୟାଳୟ ବେଲପଡା ଓ ଯୁକ୍ତ ଦୁଇ ବିଜ୍ଞାନ ବିକାଶ ବରଗଡ଼ରେ ୯୫. ୮ ମାର୍କ ରଖି ଉତ୍ତୀର୍ଣ ହୋଇଥିଲେ | ଜଣାଉ ଦିଆଯାଉଛି ଯେ, ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ବିଜ୍ଞାନ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ସର୍ବଦା ଶ୍ରେଣୀରେ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ସାଙ୍ଗ ସାଥୀ ତଥା ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିଲେ | ବିନା ନିଟ କୋଚିଂ ତଥା ପ୍ରଥମ ପଦାର୍ପଣରେ ନିଟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବାରୁ ସମସ୍ତେ ଭୁରି ଭୁରି ପ୍ରଂଶସା କରିବା ସହ ଅଭିନନ୍ଦନର ଶୁଭେଚ୍ଛା ଓ ବାର୍ତ୍ତା ଆସୁଅଛି |

ଏହି ସଫଳତାର ଶ୍ରେୟ ପିତା ମାତା, ଅଜା କହ୍ନାଇ ଚରଣ ଓ ଆଈ ଆଶା, ବନ୍ଧୁଜନ ସମ୍ପର୍କୀୟ ତଥା ଗୁରୁଜନଙ୍କର ଶୁଭାଶୀର୍ବାଦ ଫଳରେ ସମ୍ଭବ ହୋଇ ପାରିଛି ବୋଲି ମତବ୍ୟକ୍ତ କରିଛନ୍ତି|

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande