ଭୁବନେଶ୍ୱର, ୨୩ ଜୁନ (ହି.ସ.) - ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ 'ସମ୍ବିଧାନ ହତ୍ୟା ଦିବସ'। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍ ଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଜୁନ୍ ୨୫ ତାରିଖରେ ଏମର୍ଜେନ୍ସି ଲାଗୁକୁ ୫୦ ବର୍ଷ ପୂର୍ତି ଅବସରରେ ଦେଶବ୍ୟାପୀ 'ସମ୍ବିଧାନ ହତ୍ୟା ଦିବସ' ପାଳନ ହେବ। ଏହି କ୍ରମରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ରେ ମଧ୍ୟ ଏହି ଦିବସ ପାଳନ କରାଯିବ। ଏଥିରେ ସମ୍ବିଧାନର ସୁରକ୍ଷା ଓ ଅଧିକାର ନେଇ ଆଲୋଚନା ହେବ ଏବଂ ସମସ୍ତ ଶିକ୍ଷାନୁଷ୍ଠାନରେ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା