ବାଧକ ସାଜିଛନ୍ତି ବୌଦ୍ଧ ବିଧାୟକ , ଖୋର୍ଦ୍ଧା - ବଲାଙ୍ଗୀର ରେଳ ପ୍ରକଳ୍ପ ର ଅଗ୍ରଗତି ହୋଇପାରୁନାହିଁ
ବୌଦ୍ଧ, ୨୬ ଜୁନ୍ (ହି.ସ.) - ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ପ୍ରକଳ୍ପ କାର୍ଯ୍ୟ ଯୋର ସୋର ରେ ଆଗେଇ ଥିବା ବେଳେ ଏହି ପ୍ରକଳ୍ପ ଅଗ୍ରଗତିରେ ବାଧକ ସାଜିଛନ୍ତି ବୌଦ୍ଧ ବିଧାୟକ ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ଅପରାହ୍ନ ରେ ବୌଦ୍ଧ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ସ
ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ


ବୌଦ୍ଧ, ୨୬ ଜୁନ୍ (ହି.ସ.) - ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ପ୍ରକଳ୍ପ କାର୍ଯ୍ୟ ଯୋର ସୋର ରେ ଆଗେଇ ଥିବା ବେଳେ ଏହି ପ୍ରକଳ୍ପ ଅଗ୍ରଗତିରେ ବାଧକ ସାଜିଛନ୍ତି ବୌଦ୍ଧ ବିଧାୟକ ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ଅପରାହ୍ନ ରେ ବୌଦ୍ଧ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବୌଦ୍ଧ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ଅମାତ ପ୍ରକାଶ କରିଛନ୍ତି । ଶ୍ରୀ ଅମାତ କହିଛନ୍ତି ଯେ ସ୍ୱାଧୀନତା ପୂର୍ବବର୍ତୀ ସମୟରୁ ଅର୍ଥାତ ୧୯୪୪ ମସିହାରୁ ଚିନ୍ତାକରାଯାଇଥିବା ପୂର୍ବ -ପଶ୍ଚିମ ଓଡ଼ିଶାର ସଂଯୋଗ ର ସେତୁ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ ନାଲିଫିତା ତଳେ ପଡିରହିଥିଲା । ବହୁ ଲଢେଇ ଆନ୍ଦୋଳନ ଫଳରେ ଖୋର୍ଦ୍ଧାରୁ ନୟାଗଡ଼ ଏବଂ ବଲାଙ୍ଗୀରରୁ ବିଛୁପାଲି ପର?୍ୟ୍ୟନ୍ତ ରେଳ ଗାଡି ଗଡି ବର୍ଷ ବର୍ଷ ଧରି ପ୍ରକଳ୍ପ ଅତ୍ୟନ୍ତ ଧିମା ଗତିରେ ଚାଲୁଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯/୮/୧୫ ମସିହା ରେ ରାଜ୍ୟ ସରକାର ରେଳ ବିଭାଗ ସହ ତତ୍କାଳୀନ ରେଳବାଇ କ୍ୟାବିନେଟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ ଙ୍କ ସହ ରାଜ୍ୟ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ଉପସ୍ଥିତିରେ ଏମଓୟୁ ଚୁକ୍ତି କରିଥିଲେ । ଏହି ଚୁକ୍ତିନାମାନୁଯାୟୀ ରାଜ୍ୟସରକାର ସମସ୍ତ ଜମି ମାଗଣା ଯୋଗାଇଦେବା ସହ ପ୍ରକଳ୍ପଖର୍ଚ୍ଚର ପଚାଶ ପ୍ରତିଶତ ପ୍ରଦାନ କରିବା ପରେ ଏହି ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି । ବିଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୋନପୁରରୁ ପୁରୁଣାକଟକ ଯାଏଁ ପ୍ରାୟ ୯୫ ପ୍ରତିଶତ ନିର୍ମାଣ କାର୍ଯ୍ୟମଧ୍ୟ ସମାପ୍ତ ହୋଇସାରିଥିଲା । ଚଳିତ ଜୁନ ୨୦ ତାରିଖ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ବୌଦ୍ଧ -ପୁରୁଣା କଟକ ରେଳ ଷ୍ଟେସନ ଉଦଘାଟନ କରିବା ସହ ରେଳଯାତ୍ରାର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ଉଦଘାଟନ କଲାବେଳେ ପୁରୁଣାକଟକ ରେଳ ଷ୍ଟେସନକୁ ଜନୈକ ଅନାମଧେୟ ନେତା ଯେକି କୌଣସି ଜନପ୍ରତିନିଧି ସୁଦ୍ଧା ନୁହଁନ୍ତି ସେ ଉଦଘାଟନ କଲେ ପୂଜା ହୋମରେ ବସିଲେ କୋଉ ଗୁଣବଳରେ ସେ ଏହି ଉଦଘାଟନ କଲେ ସେ ପ୍ରଶ୍ନ କରିଥିଲେ । ବୌଦ୍ଧ ରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟ ଦ୍ରୁତଗତିରେ ଚାଲୁଛି ବୌଦ୍ଧଜିଲ୍ଲାର ସମସ୍ତ ଟନେଲ କାର୍ଯ୍ୟ ପ୍ରାୟ ସରିଲାଣି ଏହି ସମୟରେ ବୌଦ୍ଧ ବିଧାୟକ ନାନା ଆଳ କରି ବାଣୀଭୂଷଣ ପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଉଁରୀପଥର ଠାରେ ବିଭିନ୍ନ ଲୋକଙ୍କ ନାମରେ ବସ୍ତି କହି କିଛି ଅସାଧୁ ବ୍ୟକ୍ତି ନିଜେ ବୌଦ୍ଧ ବିଧାୟକଙ୍କ ପ୍ରତ୍ୟକ୍ଷ ସମର୍ଥନରେ ମନ୍ଦ ଉଦ୍ଦେଶ୍ୟ ରଖି ଘର ନିର୍ମାଣ କରି ରହୁଛନ୍ତି ବୋଲି ଦାବୀ କରିଛନ୍ତି । ପୂର୍ବରୁ ସର୍ଭେ ସମୟରେ ଉକ୍ତ ଜାଗାରେ କୌଣସି ଘର ନଥିଲା ଏବଂ ରେଳ ବିଭାଗ ଉକ୍ତ ଘରକୁ ଭାଙ୍ଗୁଥିବା ବେଳେ ବିଧାୟକ ଏହାକୁ ନିଜେ ରୋକିବା କୁ ଉଦ୍ୟମ କରି ବିଫଳ ହେବାପରେ ବୌଦ୍ଧ ଗସ୍ତରେ ଆସିଥିବା ଷ୍ଟାଣ୍ଡିଙ୍ଗ କମିଟି ଙ୍କ ସାହାଯ୍ୟ ନେଇ ଭଂଗାଯାଉଥିବା ଘରକୁ ଅଟକାଇ୍ୱା ସହ ଜାଣିଶୁଣି ପ୍ରକଳ୍ପ ନିର୍ମାଣରେ ବାଧକ ସାଜୁଛନ୍ତି । ଏଇଥିରୁ ଜଣାପଡୁଛି ଏ ଜିଲ୍ଲାର ବିକାଶ ପାଇଁ ବିଧାୟକ କେତେ ଚିନ୍ତିତ । ଜିଲ୍ଲାର ବିକାଶ କ୍ଷେତ୍ରରେ କିଏ ଅନ୍ତଃରାୟ ସୃଷ୍ଟି କରୁଛି ବୋଲି ଶ୍ରୀ ଅମାତ ପ୍ରଶ୍ନ କରିଛନ୍ତି । ସେଦିନ ସେଠାରେ ପ୍ରତିବାଦ କରୁଥିବା ମହିଳାଙ୍କ ଘର କୀଟାଙ୍ଗପଡ଼ା ଗ୍ରାମରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ପିତାମ୍ବରପୁର ପଞ୍ଚାୟତ କାନପୁର ଗ୍ରାମର । ମିଛ ବସ୍ତି ନିର୍ମାଣ କରି ଲୋକେ ରହୁଥିବା ଦାବିକରି ପ୍ରକଳ୍ପ କାର୍ଯ୍ୟକୁ ଅଟକେଇବାପାଇଁ ବୌଦ୍ଧ ବିଧାୟକ କରୁଥିବା ଉଦ୍ୟମକୁ ଦଳ ନିନ୍ଦା କରିଛି ବୋଲି ସେ କହିଛନ୍ତି । ଏନେଇ ଦଳ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବ ଦଳ । ରାଜ୍ୟ ସରକାର ୯ ଗୋଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଥିବା ବେଳେ ଦୀର୍ଘ ଦିନ ଧରି ପୂର୍ବ ସରକାର ସମୟରୁ ନିର୍ମାଣ ସରିଥିବା ବୌଦ୍ଧ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ଏ ସରକାର ଆସିବାପରେ ରଙ୍ଗ ପରିବର୍ତନ କରିଥି୍ୱାବେଳେ ଉଦଘାଟନ ନହେବା କ୍ଷୋଭର ବିଷୟ ବୋଲି ଶ୍ରୀ ଅମାତ କହିଛନ୍ତି । ଜୁନ ୧୦ ରୁ ଅକ୍ଟୋବର ୩୦ ଯାଏଁନଦୀରୁ ବାଲି ଉଠାଣ ସମ୍ପୂଣ୍ଣ ବେଆଇନ ଥିବାବେଳେ ବୌଦ୍ଧରେ ବିଶେଷକରି ହରଭଙ୍ଗା ତହସିଲ ଅଧିନରେ ଥିବା ବାଲି ସଇରାତ ଗୁଡିକରୁ ବ୍ୟାପକ ବାଲି ଲୁଟ ଚାଲିଛି । ରାଜସ୍ୱ ବିଭାଗ ,ମାଇନିଙ୍ଗ ବିଭାଗ ଏବଂ ପୁଲିସ ନୀରବ ରହିଛି ବୋଲି ପ୍ରକାଶ କରିଥିଲେ। ଏହି ସାମ୍ୱାଦିକ ସମ୍ମିଳନୀରେ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର,ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର, ବରିଷ୍ଠ ନେତା ଅଶୋକ ସାହୁ, ବସନ୍ତ ସ୍ୱାଇଁ, ଅବକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ସମ୍ପତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା


 rajesh pande