ଜୟପୁର, ୨୬ ଜୁନ୍ (ହି.ସ.) - ବିଜେପିର ଓଡିଶାରେ ଏକବର୍ଷର ଶାସନକାଳ ମଧ୍ୟରେ ସମଗ୍ର ରାଜ୍ୟରେ ମହିଳା ଅସୁରକ୍ଷିତ, ସଂଖ୍ୟାଲଘୁ ଓ ଦଳିତଙ୍କ ଉପରେ କ୍ରମ୍ୱର୍ଦ୍ଧିଷ୍ଣୁ ଅତ୍ୟାଚାର ନିୟନ୍ତ୍ରଣ ବାହାରେ। ଗଞ୍ଜାମ ଜିଲ୍ଲାର ୧୪ରୁ ୧୩ଟି ୍ୱିଧାନସଭା ଆସନ, ୨ଟିଯାକ ସଂସଦୀୟ ଆସନ ବିଜେପି ଜିତିଥି୍ୱା ବେଳେ ଗଞ୍ଜାମର ଗୋପାଳପୁର ବେଳାଭୁମି ରେ ତାଙ୍କ ଯୁବ ବନ୍ଧୁଙ୍କୁ ବାନ୍ଧି ପକାଇ ତାଙ୍କ ସମ୍ମୁଖରେ ଯୁବତୀଙ୍କ ଜଣ ଜଣ କରି ୧୦ ଜଣଙ୍କ ଗଣ ଦୁଷ୍କର୍ମ, ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଜିଲ୍ଲାର ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟକରି ଗଛରେ ଟାଙ୍ଗି ଦେବା ଘଟଣା ସମଗ୍ର ବିଶ୍ୱରେ ଓଡ଼ିଶାର ମାନ ମର୍ଯ୍ୟାଦା ଭୁଲୁଣ୍ଠିତ କରିଛି। ନିକଟରେ ମାଲକାନଗିରି ଜିଲ୍ଲାର ସହର ଉପକଣ୍ଠ କୋତାମାଟେରୋ ଗ୍ରାମର ୯ଟି ସଂଖ୍ୟଲଘୁ ପରି୍ୱାରଙ୍କ ୩୦ଜଣଙ୍କୁ ସଂଘ ପରିବାରର ସାମ୍ପ୍ରଦାୟିକ ଆତଙ୍କୀ ଆକ୍ରମଣ ଘର ଭାଙ୍ଗିଦେଇ ଗାଁ ରୁ ବିଦାୟ କରିବା, ଗଞ୍ଜାମ ଜିଲ୍ଲାର ଦୁଇ ଜଣ ଦଳିତ ଦୁଇଟି ଗୋରୁ କିଣି ଗୋରୁ ସହ ଘରକୁ ଫେରୁଥିବା ୍େୱଳେ ତାଙ୍କୁ ସଂଘ ପରିବାରର ତଥାକଥିତ ଗୋରକ୍ଷକ ବୋଲାଉଥିବା ଆତଙ୍କବାଦୀମାନେ ଅନେକ ଗ୍ରାମବାସୀଙ୍କ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ସହ ଅଧା ଲଣ୍ଡା କରି ରାଶିରେ ବାନ୍ଧି, ଗାଇ ଭଳି ରାସ୍ତାରେ ଚଲାଇ ତାଙ୍କୁ ଘାସ ଚୋବାଇବାକୁ ବାଧ୍ୟ କରିବା ସହ ବଳପୂର୍ବକ ମୂତ୍ର ସେବନ କରାଇବାର ହୃଦୟ ବିଦାରକ ଜଘନ୍ୟ ଘଟଣା ମୋହନ ସରକାରଙ୍କ ଅମଳରେ ତାଙ୍କ ଶାସକ ଦଳର ୍ୱାହୁଛାୟା ତଳେ ଘଟୁଥିବା ବେଳେ ମୋହନ ମାଝୀ ମୁହଁ ନ ଖୋଲି, ଅତିତରେ ନରହନ୍ତା ଦାରା ସିଂ କୁ ଜେଲରୁ ଖଲାସ କରିବା ପାଇଁ ପ୍ରତାପ ଷଡଙ୍ଗିଙ୍କ ସହ ବିଧାନ ସଭା ପରିସରକୁ ଧସେଇ ପସିଯିବା କଳଙ୍କିତ ଆତଙ୍କି ଇତିହାସର ପୁନରାବୃତି ହୋଇଥିବାରୁ ମୋହନ ସରକାର ଅବିଳମ୍ବେ ଇସ୍ତଫା ଦେବାକୁ ଦାବି କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ଜୟପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରମୋଦ ମହାନ୍ତି, ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ଜିଲ୍ଲା ସହ ସମ୍ପାଦକ କୁମର ଜାନୀ, ରାମକୃଷ୍ଣ ଦାଶ, ସତ୍ୟବ୍ରତ ନନ୍ଦ, ନନ୍ଦ ହରିଜନ, ବଳିଭଦ୍ର ଭୋଇ, ପବନ ମହୁଲିଆ, ଘାସିରାମ ସାହୁ, ବାବୁଲା ପାଣି, ବୈଦ୍ୟନାଥ ଡାକ୍ତରୀ, ମିତା ଜାନୀ, ରିମା ଜାନୀ, ପ୍ରମୁଖ ଏହି ବିକ୍ଷୋଭ ରେ ଉଦବୋଧନ ଦେଇ ସମସ୍ତ କ୍ଷେତ୍ରରେ ବିଫଳ ମୋହନ ସରକାରଙ୍କ ଇସ୍ତଫା ଦା୍ୱି କରିଥିଲେ। ଏହା ପୁର୍ବରୁ ଏକ ଶୋଭାଯାତ୍ରା ଶ୍ରମିକ ଭବନରୁ ବାହାରି ଜୟପୁର ସରକାରୀ ୍ୱସ ଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ଛକରେ ବିକ୍ଷୋଭ ସ୍ଥଳରେ ପହଂଚିଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି