ବଲାଙ୍ଗୀର, ୨୬ ଜୁନ୍(ହି.ସ.) – ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବ୍ୟଧ ଚଳନ ଦିବସ ରେ ବଲାଙ୍ଗିର ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ପୂଜ୍ୟପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟଗଣ ଓ ପିପୁଲସ ଫୋରୋମ ଦ୍ୱାରା ପରିଚାଳିତ ବଲାଙ୍ଗୀର ନିଶା ନିବାରଣ କେନ୍ଦ୍ରର ପରିଚାଳକ ଓ ଅନ୍ତେବାସୀମାନେ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ସମୟରେ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତା ପ୍ରସାରଣ କରାଯାଇଥିଲା। ପଦଯାତ୍ରା ଶେଷରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଚେତନତା ସଭା ଆୟୋଜନ କରାଯାଇଥିଲା। ସଭାରେ ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ନିଶାର ଅପବ୍ୟବହାର ଓ ଚୋରାଚାହାଣି ରୋକାଯିବା ଉପରେ ଆଲୋକପାତ କରିଥିଲେ। ଶେଷରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ