ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୋକ୍ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗୀର, ୨୬ ଜୁନ୍‌(ହି.ସ.) – ଆଜି ପୂର୍ବାହ୍ନରେ ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୋକ୍ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଲା ଆଇନ ସେବା ଅଧିକାରୀଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଫାମିଲି କୋର୍ଟ ଜଜ୍ ବି
ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପୋକ୍‌ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ


ବଲାଙ୍ଗୀର, ୨୬ ଜୁନ୍‌(ହି.ସ.) – ଆଜି ପୂର୍ବାହ୍ନରେ ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୋକ୍ସୋ ଆକ୍ଟ ଓ କୈଶୋର ନ୍ୟାୟ ଧାରା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଲା ଆଇନ ସେବା ଅଧିକାରୀଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଫାମିଲି କୋର୍ଟ ଜଜ୍ ବିକ୍ରମ କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏଚ୍‌ଆର୍‌ପିସି ଡିଏସ୍‌ପି ତାରାବତୀ ପଧାନ ଓ ଡିଏସ୍‌ପି ସମର୍ଥ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଜିଲ୍ଲାର ବରିଷ୍ଠ ନ୍ୟାୟାଧୀଶ ତଥା ସେକ୍ରେଟାରୀ ଡିଏଲ୍‌ଏସ୍‌ଏ ପବିତ୍ରାନନ୍ଦ ପଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଲ ସଭା ସଂଯୋଜନା କରିଥିଲେ ଏବଂ ଶିକ୍ଷୟତ୍ରୀ ଅରୁନ୍ଧତୀ ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ତଥା ଡିଏଲ୍‌ଏସ୍‌ଏର କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande