କେନ୍ଦୁଝର, 10 ଜୁଲାଇ (ହି.ସ.)କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କ ଘରେ ପୁଣି ଇଡି ର ଚଢାଉ କରିଛି । ରାଜାଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନରେ ଇଡି ର ଟିମ୍ ଖୋଳତାଡ଼ କରୁଛି । କଡ଼ା ସୁରକ୍ଷା ବଳୟରେ ରାଜାଙ୍କ ଘର ଯାଞ୍ଚ କରାଯାଉଛି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଛନ୍ତି ରାଜାଚକ୍ର। ପୂର୍ବରୁ ରାଜାଙ୍କ ଏକାଧିକ ଠିକଣାରେ ବହୁବାର ଛାପା ମାରି ସାରିଛି ଇଡି । ରାଜା ଚକ୍ର ସହ ଜଡିତ ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ବ୍ରହ୍ମପୁର ଓ ଗୋପାଳପୁରରେ ମଧ୍ୟ ରେଡ କରିଥିଲା ଇଓଡବ୍ଲୁ । ଖାଲି ଏତିକି ନୁହେଁ ଅନେକ ବେନାମୀ ସଂପତ୍ତିର ଖୋଜ ପାଇଥିଲା ତଦନ୍ତକାରୀ ସଂସ୍ଥା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇ ଜେଲ୍ରେ ଅଛି ରାଜା ଚକ୍ର । ମେ’ ୧୬ ତାରିଖରେ ରାଜା ଚକ୍ରର ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଏହାସହ ରାଜାର ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ବି ଖାରଜ ହୋଇଥିଲା । ପରେ କୋର୍ଟରେ ଶୁଣାଣି ହୋଇଥିଲେ ମଧ୍ୟ ରାଜାକୁ ଜାମିନ ମିଳିନାହିଁ ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA