କେନ୍ଦୁଝର, ୧୦ ଜୁଲାଇ (ହି.ସ.)- ପବିତ୍ର ବ୍ୟାସ ପୂର୍ଣ୍ଣିମା ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ରିମୁଳି ମହା ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସଚ୍ଚିଦାନନ୍ଦ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଭାଇ ଭଉଣୀଙ୍କୁ ଭାରତୀୟ ସଂସ୍କୃତିଲେ ଗୁରୁ ପରମ୍ପରା ଉପରେ ମାର୍ଗ ଦର୍ଶନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ପଦନ ନାଏକ ଗୁରୁ ସେବା ଦ୍ୱାରା ଜଣେ ବିଦ୍ୟାର୍ଥୀ ନିଜ ଲକ୍ଷ୍ୟରେ ସଫଳ ହୋଇ ପାରିବ ବୋଲି ମତପୋଷଣ କରିଥିଲେ।
ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପରିଚୟ ପ୍ରଦାନ କରିଥିଲେ ସହ ପ୍ରଧାନ ଆଚାର୍ଯ୍ୟ ଦଶରଥ ମହାନ୍ତ ଓ ପ୍ରାରମ୍ଭିକ ଭାଷଣ ଦେଇଥିଲେ ଗୁରୁଜୀ ଶ୍ରୀକାନ୍ତ ମହାନ୍ତ। ବିଦ୍ୟାମନ୍ଦିର ପ୍ରମୁଖ ସନାତନ ମହାନ୍ତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ବନ୍ଦନା ପ୍ରାର୍ଥନା କାର୍ଯ୍ୟକୁ କନ୍ୟାଭାରତୀର ଭଉଣୀମାନେ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA