ଖୋର୍ଦ୍ଧା, ୧୦ ଜୁଲାଇ (ହି.ସ.)- ଖୋର୍ଦ୍ଧା ସହର ଉପର ସାହିର ବରିଷ୍ଠ ଭିଡିଓ ଜର୍ଣ୍ଣାଲିଷ୍ଟ ବିଜୟ ଦଳେଇଙ୍କ ଗୁରୁବାର ୫୦ ବର୍ଷ ବୟସରେ ପରଲୋକ ଘଟିଛି। ସେ ଭୁବନେଶ୍ବର ଏକ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ଆଜି ପୂର୍ବାହ୍ନ ୮ଟା ସମୟରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁ ଘଟିଛି। ତାଙ୍କ ବିୟୋଗରେ ଖୋର୍ଦ୍ଧା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମର ଶରୀର ନିକଟରେ ପରିବାର, ବନ୍ଧୁବାନ୍ଧବଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର ସାମ୍ବାଦିକ ଓ ଫଟୋ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।୨ହଜାର ମସିହାରୁ ୨୦୧୭ ପର୍ଯ୍ଯନ୍ତ ଇଟିଭି, ଫୋକସ ଟିଭି, ନ୍ଯୁଉଜ ୱାଲର୍ଡ ଓଡ଼ିଶାରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ଯ କରୁଥିଲେ। ସେ ଜଣେ ପରୋପକାରୀ ବ୍ୟକ୍ତି ଅଟନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ