ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା
ଭୁବନେଶ୍ୱର, 10 ଜୁଲାଇ (ହି.ସ.) - ଏବେ ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମ୍‌ ବାମପଟର ୧୧ ଗେଟ୍‌ ଖୋଲା ରହିଥିବା ବେଳେ ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳସ୍ତର ୬୦୫ ଦଶମିକ ୩୯
ହୀରାକୁଦ ଜଳଭଣ୍ଡାରର ୧୬ଟି     ଗେଟ୍‌ ଖୋଲା


ଭୁବନେଶ୍ୱର, 10 ଜୁଲାଇ (ହି.ସ.)

- ଏବେ ହୀରାକୁଦ

ଜଳଭଣ୍ଡାରର ୧୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମ୍‌ ବାମପଟର ୧୧

ଗେଟ୍‌ ଖୋଲା ରହିଥିବା ବେଳେ ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ

ହୀରାକୁଦ ଜଳସ୍ତର ୬୦୫ ଦଶମିକ ୩୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୧ ହଜାର ୨୫୨

କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୮ ହଜାର ୪୬୯ କ୍ୟୁସେକ୍ ଜଳ

ନିଷ୍କାସିତ ହେଉଚଇ । ସ୍ପିଲ୍‌ୱେ ପାଇଁ ଯାଉଛି ୨ ଲକ୍ଷ ୩୧ ହଜାର ୬୬୪ କ୍ୟୁସେକ୍ ପାଣି । ପାୱାର

ଚ୍ୟାନେଲ ପାଇଁ ଛଡ଼ାଯାଉଛି ୩୩ ହଜାର ୫୭୦ କ୍ୟୁସେକ୍ ପାଣି । ହୀରାକୁଦରେ ୬୪ ସ୍ଲୁଇସ୍ ଓ ୩୪ କ୍ରେଷ୍ଟ ଗେଟକୁ

ମିଶାଇ ୯୮ଟି ଗେଟ୍ ରହିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande