ଭୁବନେଶ୍ୱର,୧୦ ଜୁଲାଇ (ହି.ସ.) - ଆସନ୍ତା ୧୫ ତାରିଖରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କଟକ ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉକ୍ତ ସ୍ଥାନଗୁଡିକୁ ପରିଦର୍ଶନ କରିବା ସହ ସେଠାକାର ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର- କଟକ ପୋଲିସ କମିଶନର, କଟକ ଜିଲ୍ଲାପାଳ ଓ କଟକ ସହରାଂଚଳ ଜିଲ୍ଲାର ଡିସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା