ବୀରଭୂମ, ୧୨ ଜୁଲାଇ(ହି.ସ.) – ଭାରତୀୟ କ୍ରିକେଟର ମୋହମ୍ମଦ ଶାମୀଙ୍କ ପୂର୍ବ ପତ୍ନୀ ହସିନ୍ ଜହାଁ ପୁଣିଥରେ ବିବାଦରେ ଆସିଛନ୍ତି। ତାଙ୍କ ଉପରେ ଜମି ବିବାଦକୁ ନେଇ ନିଜ ପଡ଼ୋଶୀ ମହିଳାଙ୍କ ସହିତ ମାର୍ପିଟର ଅଭିଯୋଗ ଲଗାଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ହିନ୍ଦୁସ୍ଥାନ ସମାଚାର ଏହି ଭିଡିଓର ସତ୍ୟତା ସ୍ପଷ୍ଟ କରିନାହିଁ।
ସୂଚନା ଅନୁଯାୟୀ ହସିନ ଜହାଁଙ୍କ ପ୍ରଥମ ବିବାହରେ ହୋଇଥିବା ଝିଅ ଅର୍ଶି ଜହାଁଙ୍କ ନାମରେ ସିଉଡିର ପାଂଚ ନମ୍ବର ୱାର୍ଡର ସୋନାତୋଡ଼ ଅଂଚଳରେ ଏକ ଜମି ଅଛି। ଅଭିଯୋଗ ଯେ ତାଙ୍କ ପଡ଼ୋଶୀ ଗୁଡ୍ଡୁ ବିବି ସେହି ଜମିକୁ ହଡ଼ପ କରିବାର ଚେଷ୍ଟା କରୁଛି। ଏହାକୁ ନେଇ ଆକ୍ରମଣ ମଧ୍ୟ ହସୀନ ଜହାଁ ଏବଂ ଗୁଡ୍ଡୁ ବିବିଙ୍କ ମଧ୍ୟରେ ବିବାଦ ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି