ଝାରଖଣ୍ଡରେ ଖେଳ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କରିବେ କାମ- ଧୋନୀ
ରାଂଚି, ୧୨ ଜୁଲାଇ(ହି.ସ.) – ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବ କ୍ୟାପ୍‌ଟେନ ମହେନ୍ଦ୍ର ସିଂହ ଧୋନୀ କହିଛନ୍ତି ଯେ ସେ ଝାରଖଣ୍ଡରେ ଖେଳ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଗତି ଦେବାରେ ରାଜ୍ୟ ସରକାରଙ୍କ ସହିତ ମିଳିକରି କାମ କରିବେ। ଧୋନି ଏହିକଥା ଶନିବାର ଦିନ ନଗର ବିକାଶ, ପର୍ଯ୍ୟଟନ, କଳା-ସଂସ୍କୃତି
ଝାରଖଣ୍ଡରେ ଖେଳ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କରିବେ କାମ- ଧୋନୀ


ରାଂଚି, ୧୨ ଜୁଲାଇ(ହି.ସ.) – ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବ କ୍ୟାପ୍‌ଟେନ ମହେନ୍ଦ୍ର ସିଂହ ଧୋନୀ କହିଛନ୍ତି ଯେ ସେ ଝାରଖଣ୍ଡରେ ଖେଳ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଗତି ଦେବାରେ ରାଜ୍ୟ ସରକାରଙ୍କ ସହିତ ମିଳିକରି କାମ କରିବେ। ଧୋନି ଏହିକଥା ଶନିବାର ଦିନ ନଗର ବିକାଶ, ପର୍ଯ୍ୟଟନ, କଳା-ସଂସ୍କୃତି ଏବଂ କ୍ରୀଡ଼ା ମନ୍ତ୍ରୀ ସୁଦିବ୍ୟ କୁମାରଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ ସମୟରେ କହିଛନ୍ତି। ଏହି ସାକ୍ଷାତ ସମୟରେ ମନ୍ତ୍ରୀ ଏବଂ ଧୋନୀଙ୍କ ମଧ୍ୟରେ ଝାରଖଣ୍ଡ ରାଜ୍ୟରେ ଖେଳ ଏବଂ ପର୍ଯ୍ୟଟନ ଗତିବିଧିର ବ୍ୟାପକ ବିକାଶକୁ ନେଇ ଚର୍ଚ୍ଚା ହୋଇଛି।

ବୈଠକରେ ଏହି କଥା ଉପରେ ଜୋର୍ ଦିଆଯାଇଛି ଯେ କିପରି ଧୋନିଙ୍କ ଅନୁଭବରେ ରାଜ୍ୟରେ ଖେଳ ଏବଂ ପର୍ଯ୍ୟଟନକୁ ନୂଆ ଦିଗ ଏବଂ ଉଚ୍ଚତା ଦିଆଯାଇ ପାରିବ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଧୋନିଙ୍କ ସହଯୋଗକୁ ନେଇ ଆଶ୍ୱସ୍ତ ଅଛନ୍ତି ଏବଂ ତାଙ୍କ ସହଯୋଗରେ ଝାରଖଣ୍ଡକୁ ଏକ ପ୍ରମୁଖ ଖେଳ ଏବଂ ପର୍ଯ୍ୟଟନ ସ୍ଥଳ ବନାଇବାର ଦିଗରେ କାମ କରାଯିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande