ପଦ୍ମଶ୍ରୀ ସାନୁ ଲାମାଙ୍କ ଦେହାନ୍ତ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି
ଗଙ୍ଗଟୋକ ୧୨ଜୁଲାଇ (ହି.ସ.)- ସିକିମର ଏକ ବରିଷ୍ଠ ସାହିତ୍ୟିକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାନୁ ଲାମାଙ୍କର ଶନିବାର ସକାଳେ ସିଲିଗୁଡ଼ିର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ସିକିମର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ବରିଷ୍ଠ
ପଦ୍ମଶ୍ରୀ ସାନୁ ଲାମାଙ୍କ ଦେହାନ୍ତ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି


ଗଙ୍ଗଟୋକ ୧୨ଜୁଲାଇ (ହି.ସ.)- ସିକିମର ଏକ ବରିଷ୍ଠ ସାହିତ୍ୟିକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ

ସାନୁ ଲାମାଙ୍କର ଶନିବାର ସକାଳେ ସିଲିଗୁଡ଼ିର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ସିକିମର

ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ବରିଷ୍ଠ

ସାହିତ୍ୟିକମାନେ ଲାମାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।ସିକିମର ରାଜ୍ୟପାଳ ଓମ୍ ପ୍ରକାଶ

ମାଥୁର ଆଜି ଜାରି କରିଥିବା ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ବରିଷ୍ଠ ସାହିତ୍ୟିକ ସାନୁ

ଲାମାଙ୍କ ଦେହାନ୍ତ ଖବର ଶୁଣି ସେ ଗଭୀର ଦୁଃଖିତ। ସେ ସାନୁ ଲାମାଙ୍କ ଦେହାନ୍ତକୁ ସାହିତ୍ୟ ଜଗତ

ଏବଂ ସିକିମର ଲୋକଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ସେ ଶୋକସନ୍ତପ୍ତ ପରିବାର

ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande