ଗୃହମନ୍ତ୍ରୀ ଅମିତ ଶାହ ତିରୁବନନ୍ତପୁରମରେ ବିଜେପି କାର୍ଯ୍ୟାଳୟର କଲେ ଉଦଘାଟନ
ତିରୁବନନ୍ତପୁରମ, 12 ଜୁଲାଇ (ହି.ସ.) -କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହା ଶନିବାର କେରଳର ରାଜଧାନୀ ତିରୁବନନ୍ତପୁରମରେ ଭାରତୀୟ ଜନତା ପାର୍ଟିର ନୂତନ ରାଜ୍ୟ କାର୍ଯ୍ୟାଳୟ ''ମରାରଜୀ ଭବନ'' ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ପାର୍ଟିର ନେତା ଓ କାର୍ଯ୍ୟକର୍ତ
ଗୃହମନ୍ତ୍ରୀ ଅମିତ ଶାହ ତିରୁବନନ୍ତପୁରମରେ ବିଜେପି କାର୍ଯ୍ୟାଳୟର କଲେ ଉଦଘାଟନ


ତିରୁବନନ୍ତପୁରମ, 12 ଜୁଲାଇ (ହି.ସ.)

-କେନ୍ଦ୍ରୀୟ ଗୃହମନ୍ତ୍ରୀ

ଅମିତ୍ ଶାହା ଶନିବାର କେରଳର ରାଜଧାନୀ ତିରୁବନନ୍ତପୁରମରେ ଭାରତୀୟ ଜନତା ପାର୍ଟିର ନୂତନ ରାଜ୍ୟ

କାର୍ଯ୍ୟାଳୟ 'ମରାରଜୀ ଭବନ' ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ

ପାର୍ଟିର ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧନ କରିଥିଲେ ଓ ଏହି ବର୍ଷ ହେବାକୁ ଥିବା

ସ୍ଥାନୀୟ ନିର୍ବାଚନ ଓ 2026 ମସିହାରେ ହେବାକୁ ଥିବା ବିଧାନସଭା

ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ତାଙ୍କ ସମ୍ବୋଧନରେ କହିଛନ୍ତି ଯେ,

କେରଳରେ

ଏହି ବର୍ଷ ହେବାକୁ ଥିବା ସ୍ଥାନୀୟ ନିର୍ବାଚନ ଓ

2026 ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କେବଳ ବଡ଼ ଜିତ

ହାସଲ କରିବନି, ବରଂ ରାଜ୍ୟରେ ସରକାର ମଧ୍ୟ ଗଠନ କରିବ। ସେ କହିଛନ୍ତି ଯେ,

କେରଳରେ

ଏନ୍‌ଡିଏ ସରକାର ଗଠନର ସମୟ ଏବେ ଆସିଯାଇଛି। ସ୍ଥାନୀୟ ନିର୍ବାଚନରେ ଭାଜପା 25 ପ୍ରତିଶତରୁ ଅଧିକ

ଭୋଟ ହାସଲ କରିବ ଏବଂ 2026 ମସିହାରେ ସରକାର ଗଠନ ପାଇଁ ନିର୍ବାଚନ ଲଢିବ। ସେ ଏହା ମଧ୍ୟ କହିଛନ୍ତି

ଯେ, ବିଜେପି କାର୍ଯ୍ୟାଳୟର ଉଦଘାଟନ ସହିତ ଏଥି ପାଇଁ ଏକ ନୂଆ ଅବସର ସୃଷ୍ଟି

ହୋଇଛି।

ଅମିତ୍ ଶାହା କହିଛନ୍ତି ଯେ, ବିଜେପି ବିନା କେରଳର ବିକାଶ ସମ୍ଭବ

ନୁହେଁ। “ଯେତେବେଳେ ଆପଣମାନେ ୟୁପିଏ ସରକାରରେ ଅସନ୍ତୁଷ୍ଟ ଥିଲେ,

ସେତେବେଳେ

ଏଲଡିଏଫ୍‍କୁ ଭୋଟ ଦେଲେ। କିନ୍ତୁ ଉଭୟେ କୌଣସି ବି ସରକାର ବାସ୍ତବିକ ପରିବର୍ତ୍ତନ ଆଣିନଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande