ପ୍ରବଳ ବର୍ଷା ସତ୍ତ୍ୱେ ଚାରିଧାମ ଯାତ୍ରାରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
ଡେରାଡୁନ, 12 ଜୁଲାଇ (ହି.ସ.)- ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ପ୍ରାକୃତିକ ଚ୍ୟାଲେଂଜ ସତ୍ତ୍ୱେ ମଧ୍ୟ ଚାରଧାମ ଯାତ୍ରା ଜୋରଦାର ଭାବେ ଜାରି ରହିଛି। ରାଜ୍ୟ ଜରୁରୀକାଳୀନ ପରିଚାଳନ କେନ୍ଦ୍ର ଅନୁସାରେ, ଶନିବାର ପର୍ଯ୍ୟନ୍ତ ବଦ୍ରିନାଥରେ 1,54,276, କେଦାରନାଥରେ
ପ୍ରବଳ ବର୍ଷା ସତ୍ତ୍ୱେ ଚାରିଧାମ ଯାତ୍ରାରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ


ଡେରାଡୁନ, 12 ଜୁଲାଇ (ହି.ସ.)- ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ପ୍ରାକୃତିକ ଚ୍ୟାଲେଂଜ ସତ୍ତ୍ୱେ ମଧ୍ୟ ଚାରଧାମ

ଯାତ୍ରା ଜୋରଦାର ଭାବେ ଜାରି ରହିଛି। ରାଜ୍ୟ ଜରୁରୀକାଳୀନ ପରିଚାଳନ କେନ୍ଦ୍ର ଅନୁସାରେ,

ଶନିବାର

ପର୍ଯ୍ୟନ୍ତ ବଦ୍ରିନାଥରେ 1,54,276,

କେଦାରନାଥରେ

13,46,831, ଗଙ୍ଗୋତ୍ରୀରେ 5,97,521,

ଯମୁନୋତ୍ରୀରେ

10,02,000 ଓ ହେମକୁଣ୍ଡ ସାହିବରେ 2,10,090 ଶ୍ରଦ୍ଧାଳୁ ଦର୍ଶନ

କରିଛନ୍ତି। ଶୁକ୍ରବାର, ବଦ୍ରିନାଥରେ 1,567,

କେଦାରନାଥରେ

2,216, ଗଙ୍ଗୋତ୍ରୀରେ 2,137,

ଯମୁନୋତ୍ରୀରେ

1,002 ଓ ଗୋମୁଖରେ 124 ତୀର୍ଥଯାତ୍ରୀ ପହଞ୍ଚିଥିଲେ। ମୋଟ ମିଶାଇ,

ବର୍ତ୍ତମାନ

ପର୍ଯ୍ୟନ୍ତ 38,64,333 ଶ୍ରଦ୍ଧାଳୁ ଚାରଧାମ ଯାତ୍ରାରେ ସାମିଲ

ହୋଇଛନ୍ତି।

ପ୍ରବଳ ବର୍ଷା ଓ ପାହାଡ଼ ଧସିବା ଘଟଣା ଯାତ୍ରାକୁ ପ୍ରଭାବିତ

କରିଛି। ଅଳକନନ୍ଦା ଓ ମନ୍ଦାକିନୀ ନଦୀ ଜଳସ୍ତର ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି, ଫଳରେ ପ୍ରଶାସନ ପକ୍ଷରୁ ସତର୍କ

ରହିବା ପାଇଁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ପରିଚାଳନ କେନ୍ଦ୍ର ଅନୁସାରେ, 23ଟି ରାସ୍ତା ଅବରୋଧ ଅବସ୍ଥାରେ ଅଛି, ଯାହାକୁ ଖୋଲିବା କାମ ଜୋରଦାର

ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande