ନୂଆଦିଲ୍ଲୀ ୧୨ ଜୁଲାଇ (ହି.ସ.)-ଦିଲ୍ଲୀର
ୱେଲକମ ଅଞ୍ଚଳରେ ଅବସ୍ଥିତ ଜନତା କଲୋନୀରେ ଶନିବାର ସକାଳେ ଏକ ଚାରି ମହଲା କୋଠା ହଠାତ୍ ଭୁଶୁଡ଼ି
ପଡ଼ିଛି। ଏହି ଦୁର୍ଘଟଣା ସକାଳ ପ୍ରାୟ ୭ଟା ସମୟରେ ଘଟିଥିଲା, ଯେତେବେଳେ ଅଧିକାଂଶ ଲୋକ ନିଜ କାମକୁ ଯିବାକୁ
ପ୍ରସ୍ତୁତ ହେଉଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ୭ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ
ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗଙ୍କ
ଅନୁଯାୟୀ ଏପର୍ଯ୍ୟନ୍ତ
ଅଗ୍ନିଶମ କର୍ମଚାରୀମାନେ ୮ ଜଣଙ୍କୁ ମାଟିତଳୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି, ଯେଉଁଠାରେ
ସମସ୍ତଙ୍କ ଚିକିତ୍ସା ଚାଲିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ମାଟି ତଳୁ୧୦ ରୁ ୧୨ ଜଣ ଫସି
ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫର ଦଳ ରିଲିଫ୍ ଏବଂ
ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏହି ବିଲ୍ଡିଙ୍ଗଟି ବହୁତ
ପୁରୁଣା ଥିଲା ଏବଂ କିଛି ସ୍ଥାନରେ ଫାଟ ମଧ୍ୟ ଦେଖାଯାଉଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା