ଲସ୍ ଆଞ୍ଜେଲସ୍ 12, ଜୁଲାଇ(ହି.ସ)- ଫେଡେରାଲ୍ ଜଜ୍
ମାମେ ଏୱୁସି-ମେନସା ଫ୍ରିମ୍ପୋଙ୍ଗ ଶୁକ୍ରବାର ଆମେରିକୀୟ ସିଭିଲ୍ ଲିବର୍ଟିଜ୍ ୟୁନିଅନ୍ (ଏସୀଏଲୟୁ)ରନାଗରିକ ଅଧିକାର
ମାମଲା ସପକ୍ଷରେ ରାୟ ଦେଇଛନ୍ତି। ଫେଡେରାଲ୍ ଜଜ୍ ଟ୍ରମ୍ପ ପ୍ରଶାସନକୁ ତୁରନ୍ତ ଲସ୍ ଏଞ୍ଜିଲସ୍
ଏବଂ କାର୍ଲିଫୋନିଆର ଅନ୍ୟ କେତେକ କାଉଣ୍ଟିୟୋରେ ଇମିଗ୍ରେସନ୍ ଚଢାଉ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଚଢାଉ କିଛି ଦିନ ଧରି ଯୁକ୍ତରାଷ୍ଟ୍ର ଆମେରିକା ଇମିଗ୍ରେସନ୍ ଏବଂ ସୀମା ଶୁଳ୍କ
ପ୍ରବର୍ତ୍ତନ (ଆଇସୀଇ)କରୁଛି। ବିଚାରପତି
କହିଛନ୍ତି ଯେ ଏହି ଚଢାଉ ତୁରନ୍ତ ବନ୍ଦ କରାଯିବା ଉଚିତ।ସିବିଏସନ୍ୟୁଜ୍ ଚ୍ୟାନେଲ ଖବର ଅନୁଯାୟୀ, ଜିଲ୍ଲା ଜଜ୍ ଫ୍ରିମ୍ପୋଙ୍ଗ ନିଷ୍ପତ୍ତିରେ ଲେଖିଛନ୍ତି, ଆଇସୀଇଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନର ଚତୁର୍ଥ ସଂଶୋଧନର ଉଲ୍ଲଂଘନ
କରୁଛି। ବିଚାରପତି ସ୍ଥିର କରିଛନ୍ତି ଯେ ଫେଡେରାଲ୍ ଏଜେଣ୍ଟମାନେ ଠୋସ୍ ପ୍ରମାଣ ବିନା ଗିରଫ
କରିପାରିବେ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା