ରୋଜଗାର ମେଳାରେ 51 ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବିତରିତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.) -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଏକ ରୋଜଗାର ମେଳା ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନିଯୁକ୍ତି ପାଇଥିବା ୫୧ ହଜାରରୁ ଅଧିକ ଯୁବକୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏଥର ୧୬ତମ ରୋଜଗାର
ରୋଜଗାର ମେଳାରେ 51 ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବିତରିତ କଲେ     ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.)

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଏକ ରୋଜଗାର ମେଳା

ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନିଯୁକ୍ତି

ପାଇଥିବା ୫୧ ହଜାରରୁ ଅଧିକ ଯୁବକୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏଥର ୧୬ତମ ରୋଜଗାର

ମେଳା ଦେଶର ୪୭ଟି ସ୍ଥାନରେ ଆୟୋଜିତ ହୋଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ୫୧ ହଜାରରୁ ଅଧିକ ଯୁବକୁ ନିଯୁକ୍ତି ପତ୍ର

ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ଏଭଳି ରୋଜଗାର ମେଳା ମାଧ୍ୟମରେ ଲକ୍ଷ-ଲକ୍ଷ ଯୁବକୁ ଭାରତ

ସରକାରରେ ସ୍ଥାୟୀ ଚାକିରି ମିଳିଛି। ଏହି ଯୁବମାନେ ବର୍ତ୍ତମାନ ରାଷ୍ଟ୍ର ନିର୍ମାଣରେ ବଡ଼

ଭୂମିକା ନିଭାଉଛନ୍ତି।”

ସେ ଏହା ମଧ୍ୟ କହିଛନ୍ତି ଯେ, “ଯୁବମାନଙ୍କ ନିଯୁକ୍ତି ପତ୍ର ପ୍ରଦାନ

ଅଭିଯାନ ଲାଗାତାର ଜାରି ରହିଛି। ‘ବିନା ପର୍ଚ୍ଛି,

ବିନା

ଖର୍ଚ୍ଛି ଚାକିରି’ ହେଉଛି ଆମର ପରିଚୟ।”

ପ୍ରଧାନମନ୍ତ୍ରୀ ନିକଟରେ ପାଞ୍ଚଟି ଦେଶକୁ ତାଙ୍କ ଗସ୍ତ କଥା ଉଠାଇ କହିଛନ୍ତି ଯେ,

ଆମେ

ଅନ୍ୟ ଦେଶମାନଙ୍କ ସହିତ ଯେଉଁ ବୁଝାମଣା କରିଛୁ, ସେଗୁଡିକରୁ ନିଶ୍ଚିତ ଭାବେ

ଆମ ଯୁବମାନେ ଲାଭାନ୍ବିତ ହେବେ। ସେ କହିଛନ୍ତି ଯେ, ଆଜି ସାରା ବିଶ୍ୱ ଏହାକୁ ସ୍ୱୀକାର କରୁଛି

ଯେ ଭାରତ ପାଖରେ ଦୁଇଟି ଅସୀମ ଶକ୍ତି ଅଛି । ଗୋଟିଏ

ଡେମୋଗ୍ରାଫି ଓ ଦ୍ୱିତୀୟ ଡେମୋକ୍ରେସି । ଅର୍ଥାତ୍, ସବୁଠୁ ବଡ଼ ଯୁବ ଜନସଂଖ୍ୟା

ଓ ସବୁଠୁ ବଡ଼ ଗଣତନ୍ତ୍ର।”

ସେ କହିଛନ୍ତି ଯେ, ଷ୍ଟାର୍ଟଅପ୍, ଇନୋଭେସନ୍ ଓ ରିସର୍ଚ୍ଚର ଇକୋସିଷ୍ଟମ୍

ଆଜି ଦେଶରେ ତିଆରି ହେଉଛି, ତାହା ଆମ ଯୁବମାନଙ୍କର କ୍ଷମତାକୁ ବଢ଼ାଇ

ଦେଉଛି।”ସେ କହିଛନ୍ତି ଯେ, ଭାରତ ସରକାରର ଜୋର୍ ଏବେ

ପ୍ରାଇଭେଟ୍ ସେକ୍ଟରରେ ନୂତନ ରୋଜଗାର ସୃଷ୍ଟି ଉପରେ ବି ରହିଛି। ନିକଟରେ ସରକାର ରୋଜଗାର ସହିତ

ସଂପୃକ୍ତ ପ୍ରୋତ୍ସାହନ ଯୋଜନାକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande