ରୋଷେଇ ଘର ତାତି ବଢାଉଛି ପରିବା ଦର
ସମ୍ବଲପୁର, ୧୩ ଜୁଲାଇ(ହି.ସ.) – ପ୍ରତ୍ୟକ ବର୍ଷ ବର୍ଷା ଋତୁ ଆରମ୍ଭ ହେବା ପରେପରେ ପରିବା ଦର ହଠାତ୍ କିଛି କିଛି ବୃଦ୍ଧି ପାଇଥାଏ। ହେଲେ ଚଳିତ ବର୍ଷ ପନିପରିବା ଦର ଏପରି ଆକାଶ ଛୁଆଁ ହୋଇଯାଇଛି ଯେ ମଧ୍ୟବିତ ଓ ଗରିବ ଗୁରୁବାଙ୍କ ରୋଷେଇ ଘର ତାତିକୁ ବଢ଼ାଇ ଦେଇଛି। ଏହି ଅଳ୍ପଦିନ ମଧ୍ୟରେ ପନିପରିବା ଦର ହଠା
ରୋଷେଇ ଘର ତାତି ବଢାଉଛି   ପରିବା ଦର


ରୋଷେଇ ଘର ତାତି ବଢାଉଛି   ପରିବା ଦର


ରୋଷେଇ ଘର ତାତି ବଢାଉଛି   ପରିବା ଦର


ରୋଷେଇ ଘର ତାତି ବଢାଉଛି   ପରିବା ଦର


ସମ୍ବଲପୁର, ୧୩ ଜୁଲାଇ(ହି.ସ.) – ପ୍ରତ୍ୟକ ବର୍ଷ ବର୍ଷା ଋତୁ ଆରମ୍ଭ ହେବା ପରେପରେ ପରିବା ଦର ହଠାତ୍ କିଛି କିଛି ବୃଦ୍ଧି ପାଇଥାଏ। ହେଲେ ଚଳିତ ବର୍ଷ ପନିପରିବା ଦର ଏପରି ଆକାଶ ଛୁଆଁ ହୋଇଯାଇଛି ଯେ ମଧ୍ୟବିତ ଓ ଗରିବ ଗୁରୁବାଙ୍କ ରୋଷେଇ ଘର ତାତିକୁ ବଢ଼ାଇ ଦେଇଛି। ଏହି ଅଳ୍ପଦିନ ମଧ୍ୟରେ ପନିପରିବା ଦର ହଠାତ୍ ଦୁଇଗୁଣ ବଢ଼ିଯିବା ନେଇ ଖାଉଟି ଚିନ୍ତାରେ ପଡିଯାଇଛି। ପକେଟ ଖାଲି ହେଲେ ମଧ୍ୟ ଦୁଇଶହ ଟଙ୍କାରେ ଅଧା ବ୍‌ଯାଗ୍ ପରିବା ଭର୍ତି ହେଉନାହିଁ କ୍ଷ େଏ୍ୱ ଅନେକ ଦେଖିବାକୁ ମିଳୁଛି ଯେ ପୂର୍ବରୁ ପରିବା ଖାଉଟି ବେଗରେ ପରିବା ଆଣୁଥିବା ବେଳେ ବର୍ତମାନ ପଲିଥିନରେ ଆଣୁଛନ୍ତ କ୍ଷ ପରିବା ଦର ପ୍ରତ୍ୟେକ ବର୍ଷ ୫୦ ଟଙ୍କା ପାଖାପାଖି ରହୁଥିବା ବେଳେ ଚଳିତ ବର୍ଷ ୧୦୦ ଉପରେ ରହିଛି କ୍ଷ ଯାହାକି ଗରିବ ଓ ମଧ୍ୟବର୍ତୀ ପରିବାର ପାଇଁ ବହୁତ କଷ୍ଟଦାୟକ ହୋଇପଡିଛି। ରବିବାର ସମ୍ବଲପୁର ଜିଲ୍ଲା ସଦରମହକୁମା ଠାରୁ ନେଇ କୁଚିଣ୍ଡା ଏପରିକି ଜମନକିରା ବ୍ଲକ ରେଙ୍ଗାଳବେଡା ବାଜାର ପରିସରରେ କେଜି ପ୍ରତି କଲରା ୧୨୦, ପୋଟଳ ୧୨୦, ଭେଣ୍ଡି ୧୨୦, ବାଇଗଣ ୧୨୦, ଖଡା ୧୨୦, ପାତଳଘଂଟା ୪୦ ଏବଂ ଅନ୍ୟାନ୍ୟ ଅନେକ ପନିପରିବା ଦର ଆକାଶ ଛୁଆ ବଢିଥିବା ଅସନ୍ତୋଷର କାରଣ ପାଲଟିଛି କ୍ଷ ବଜାରକୁ ଆସିଥିବା ଖାଉଟି ଲିପନ୍ ନାୟକଙ୍କୁ ପରିବା ଦର ସମ୍ପର୍କରେ ପଚାରିବାରୁ ସେ ହାସ୍ୟ ଭାବରେ କହିଥିଲେ ପରିବା ଦର ଆକାଶ ଛୁଆ। ମୁଁ କେବଳ ଆଳୁ ନେଇ କି ଯାଉଛି, ଅଣ୍ଡା ଝୋଳ ଖାଇକି ଚଳିଯିବୁ। କାରଣ ଅଣ୍ଡା ଦର ପରିବା ଠୁଁ କମ ଦର। ନିୟମିତ ବର୍ଷା ଦିନବେଳେ ପନିପରିବା ଦର ବୃଦ୍ଧି ହୋଇ ଆସୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ବ୍ଲକ୍ ପ୍ରଶାସନ, ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାର ଏହି ଅଂଚଳରେ ଶୀତଳଭଣ୍ଡାର ନିର୍ମାଣର ଆବଶ୍ୟକତା ଉପଲବ୍ଧି ନକରିବା ଚାଷୀ ଓ ଖାଉଟିଙ୍କ ମହଲରେ ମୁଖ୍ୟ ପ୍ରଶ୍ନବାଚୀ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande