ଭୁବନେଶ୍ୱର, 13 ଜୁଲାଇ
(ହି.ସ)- ବାଲେଶ୍ଵର ଏଫଏମକଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନବନିର୍ମାଣ ଯୁବଛାତ୍ର
ସଂଗଠନ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସରକାରୀ ବାସଭବନ ଘେରାଉ ଉଦ୍ୟମ
କରାଯାଇଛି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନ ପହଞ୍ଚିବା ପୂର୍ବରୁ ପୋଲିସ ସହ
ମୁହାଁ ମୁହିଁ ହୋଇଥିଲା। ନବନିର୍ମାଣ ଯୁବଛାତ୍ର ସଂଗଠନ ଦାବି କରିଛି ପୀଡ଼ିତା ଛାତ୍ରୀଙ୍କୁ
ନ୍ୟାୟ ଦିଆଯାଉ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜୋର ଧରିଛି
ଦାବି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା