ଜୟପୁର, 14 ଜୁଲାଇ (ହି.ସ.)ଜୟପୁର ବିମାନବନ୍ଦର କେନ୍ଦ୍ର ମନ୍ତ୍ରୀ ସୋଭା କରନ୍ଦଲାଜେ ପହଞ୍ଚିବା ପରେ ତାଙ୍କୁ ପଶୁ ସମ୍ପଦ ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ, କୋରାପୁଟ ବିଧାୟିକ ରଘୁରାମ ମାଛ କୋଟପାଡ ବିଧାୟକ ରୁପୂ ଭତ୍ରା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ଭାସନ୍ ଜୟପୁର ଉପ ଜିଲ୍ଲାପାଳ ସୁଶ୍ରୀ ଆକ୍କା ଭାରମ୍ ସସ୍ୟା ରେଡ୍ଡୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରହିତ ବର୍ମା , ଗୌତମ ସାମନ୍ତରାୟ, ବିଜେପି ଦଳୀୟ କର୍ମୀ ପ୍ରମୁଖ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ସେହିପରି ବିମାନ ବନ୍ଦର ବାହାରେ ଦୁଇ ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହାପରେ ସେ ବିମାନ ବନ୍ଦରରୁ ସିଧା କୋରାପୁଟ ଅଭିମୁଖେ ଯାତ୍ରା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି