ଗୁପ୍ତେଶ୍ୱର ରେ ବୋଲ ବୋମ ଭକ୍ତ ଙ୍କ ଭିଡ଼
ଜୟପୁର , 14 ଜୁଲାଇ (ହି.ସ.) ପବିତ୍ର ଶ୍ରାବଣ ମାସର ଆଜି ହେଉଛି ପ୍ରଥମ ସୋମବାର l ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ କାଉଡିଙ୍କ ଭିଡ ଲାଗିଛି l ହଜାର ହଜାର ବୋଲବମ୍‌ ଭକ୍ତ ଲମ୍ବା ଧାଡିରେ ଆସି ଜଳଲାଗି କରିଥିବା ଦେଖିବାକୁ ମିଳିଛି। ରାତି ବରଟା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପୂ
ଗୁପ୍ତେଶ୍ୱର ରେ ବୋଲ ବୋମ ଭକ୍ତ ଙ୍କ ଭିଡ଼


ଜୟପୁର , 14 ଜୁଲାଇ (ହି.ସ.) ପବିତ୍ର ଶ୍ରାବଣ ମାସର ଆଜି ହେଉଛି ପ୍ରଥମ ସୋମବାର l ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ କାଉଡିଙ୍କ ଭିଡ ଲାଗିଛି l ହଜାର ହଜାର ବୋଲବମ୍‌ ଭକ୍ତ ଲମ୍ବା ଧାଡିରେ ଆସି ଜଳଲାଗି କରିଥିବା ଦେଖିବାକୁ ମିଳିଛି। ରାତି ବରଟା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପୂର୍ଣ୍ଣ ହୋଇଥିଲା। ପରେ ସାହାଣମେଲା ଦର୍ଶନ ଜାରି ରହିଛି l ରାଜ୍ୟ ଏବଂ ରାଜ୍ୟ ବାହାରୁ କାଉଡ଼ିଆ ଭକ୍ତମାନେଙ୍କ ସମାଗମ ଦେଖିବାକୁ ମିଳିଛି l ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ବ୍ୟବସ୍ଥା କରାଯାଇଛି

ସେହିପରି ଶ୍ରାବଣ ପ୍ରଥମ ସୋମବାର ରେ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମେଳିଛି । ଜୟପୁର ରାଜୁ ସାହି ସ୍ଥିତ ପଞ୍ଚାନନ ମନ୍ଦିର, ବାବା ବୈଦ ନାଥ ମନ୍ଦିର, ଲୋକ ନାଥ ମନ୍ଦିର, ନିଳକଣ୍ଠେଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର, ଗାଗନା ପୁର ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମେଳିଛି । ସକଳ ୬ଟାରୁ ଶ୍ରଦ୍ଧାଳୁ ମାନ ନଡିଆ, କଦଳି, ପାଣି ଢାଳ ଧରି ମନ୍ଦିର ପହଞ୍ଚି ଭୋଗ ଲାଗି କରିବା ସହ ଜଳାଭିଷେକ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande