ବଲାଙ୍ଗୀର, ୦୪ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଜିଲ୍ଲାର ଆଜି ୮ ଗୋଟି ପଡିଆରେ ଗୃପ ଫାଇନାଲ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଟାଉନ ହାଇସ୍କୁଲ ପଡିଆରେ ସିସିଏଫ୍ଏ ଟ୍ରାଇବ୍ରେକର ୪-୧ ଗୋଲରେ ଜେକେୱାଇଏସ୍ କାଲସାଏପାଲି କୁ ହରାଇ ଗୃପ ଚମ୍ପିୟାନ ହୋଇଛି। ଅତିଥି ଭାବେ ଟେକ୍ସବାର ସଭାପତି ଆଇନନଜିବୀ ସାନ୍ତନୁ ଭୋଇ, ଉପ-ସଭାପତି ଟେକ୍ସବାର ଆଇନଜିବୀ ଶଶାଙ୍କ ପଟ୍ଟନାୟକ, ସଂସଦର ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର ଓ ସିସିଏଫ୍ଏ ସଭାପତି ସୁରେନ୍ଦ୍ର ନାଗ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଂଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ମଂଚାସିନ ଥିଲେ। ଖେଳକୁ ବିକି ବିଶି, ନରସିଂସ୍ୱାମୀ ନାଇଡୁ, ସଂଜିତ ତରିଆ, ରାଜେନ୍ଦ୍ର ସେଠ ଓ ଜିତୁ ଦଲାଇ ପରିଚାଳନା କରିଥିଲେ। ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସୁଜିଆ ୮-୦ ଗୋଲରେ ସରଗାଡକୁ ହରାଇ ଗୃପ ଚମ୍ପିୟାନ ହୋଇଛି। ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ ସୁଧାଂଶୁ ସେଠ, ସୁରେଶ ନାଏକ, ଜୈାର୍ତିମୟ ରାଉତ ଓ ସଂଜିବ ମହାରଣା ପରିଚାଳନା କରିଥିଲେ। ଚୁଡାପାଲି ପଡିଆରେ ନକଟାସର ୩-୧ ଗୋଲରେ ଡଙ୍ଗାଘାଟକୁ ହରାଇ ଗୃପ ଚମ୍ପିୟାନ ହୋଇଛି। ପୂର୍ବତନ ଖେଳାଳି ରାଜେଶ୍ୱର କୁମୁରା, ବିଜୟ ନାହାକ ଓ ଦନାର୍ଦ୍ଦନ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିବାବେଳେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମଂଚାସିନ ଥିଲେ। ଖେଳକୁ ପୁରୁଷୋତମ ବୁଡେକ, ଦୋଳଗୋବିନ୍ଦ ମୁଣ୍ଡା, ମଂଟୁ ବେହେରା ଓ ବୈକୁଣ୍ଠ ଜେନା ପରିଚାଳନା କରିଥିଲେ। ଜରାସିଂହା ମିନି ଷ୍ଟାଡିୟମରେ ମହିପୁର ଟ୍ରାଇବ୍ରେକର ୪-୩ ଗୋଲରେ ଜରାସିଂହା କୁ ହରାଇ ଗୃପ ଚମ୍ପିୟାନ ହୋଇଛି। ଅତିଥି ଭାବେ ସିଏଚ୍ସି ଦେଓଗାଁ ମେଡିକାଲ ଅଫିସର ଡା. ଚିତରଂଜନ ମିଶ୍ର ଓ ସମାଜସେବୀ ଉମାଶଙ୍କର ସିଂ ଯୋଗ ଦେଇଥିଲେ। ଖେଳକୁ ଜଳନ୍ଧର ସାହୁ, ସଂଜନ କୁଦେଇ, ଡୋଳାମଣି ବଗର୍ତି ଓ ସତ୍ୟ ଦଣ୍ଡସେନା ପରିଚାଳନା କରିଥିଲେ। ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଠାଲ ଇଲେଭେନ କଣ୍ଟାବାଞ୍ଜି ୧-୦ ଗୋଲରେ ୱାଇଏଫ୍ସି କଂଟାବାଞ୍ଜିକୁ ହରାଇ ଗୃପ ଚମ୍ପିୟାନ ହୋଇଛି। ଅତିଥି ଭାବେ କ୍ରୀଡା ସଂସଦ କାଉନସିଲ ସଭ୍ୟ ବିଜୟ କୁମାର ବନସଲ ଯୋଗ ଦେଇଥିଲେ। ଖେଳକୁ ଆଶିର୍ବାଦ ସା, ପ୍ରତାପ ଭୁକ୍ତା, ଦୁଷ୍ମନ୍ତ ବେହେରା, ଦୁଷ୍ମନ୍ତ ସାହୁ, ସୁନିଶ ପ୍ରଧାନୀ ଓ ବୁଲୁ ମାଝି ପରିଚାଳନା କରିଥିôଲେ। ଖୁଜେନପାଲି ପଡିଆରେ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ୪-୧ ଗୋଲରେ ରିସନ କାଲସାଏପାଲି କୁ ହରାଇ ଗୃପ ଚମ୍ପିୟାନ ହୋଇଛି। ଅତିଥି ଭାବେ ପୂର୍ବତନ ଖେଳାଳି ଖଲିଉର ରହେମାନ, ନିହାର ରଂଜନ ସ୍ୱାଇଁ ଓ ଶ୍ରୀକାନ୍ତ ରାଉତ ଯୋଗ ଦେଇଥିଲେ। ଖେଳକୁ ରାଜେନ୍ଦ୍ର ଧରୁଆ, ସୁଦର୍ଶନ ସେଠ, ଶୁଶାନ୍ତ ନାଗ, ଖୁସିରାମ ମଲ୍ଲିକ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ। ଲୋଇସିଂହା ମିନି ଷ୍ଟାଡିୟମ ରେ ଲୋଇସିଂହା ଏଏ ୧-୦ ଗୋଲରେ ବଲାଙ୍ଗିର ପୋଲିସ ଟିମ୍ କୁ ହରାଇ ଗୃପ ଚମ୍ପିୟାନ ହୋଇଛି। ଅତିଥି ଭାବରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜତିନ୍ଦ୍ର ପଟେଲ ଯୋଗ ଦେଇଥିଲେ। ଖେଳକୁ କରୁଣାକର ପ୍ରଧାନ, ବିଜୟ ରଣା, ଗୋପାଳ ପ୍ରଧାନ, ରୋଶନ ମେହେର ଓ ପ୍ରଦୀପ ବଗର୍ତି ପରିଚାଳନା କରିଥିôଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଜୁରାବନ୍ଧ କେସିୟୁ ୨-୦ ଗୋଲରେ ସିହିନି କୁ ହରାଇ ଗୃପ ଚମ୍ପିୟାନ ହୋଇଛିି। ଅତିଥି ଭାବେ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ଯୋଗ ଦେଇଥିଲେ। ଖେଳକୁ ମୋହନ ପ୍ରଧାନି, ପ୍ରୀତମ ନାଏକ, ରାଜେଶ ସ୍ୱାଇଁ, ବିନୋଦ ପ୍ରଧାନି, ଧବଳେଶ୍ୱର ଦଳବେହେରା ଓ ତପନ ପ୍ରଧାନି ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ