କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ୨ ଦିନିଆ କୋରାପୁଟ ଜିଲା ଗସ୍ତ
ଜୟପୁର, ୪ ଜୁଲାଇ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କୋରାପୁଟ ଜିଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୟପୁର ଠାରେ ସାମ୍ବାଦିକ ସମ୍ମିଳନି କରି ଏହି ସୂଚନା ଦିଆଯାଇଛି । ଜୟପୁର ବିଜେପି କାର୍ଯ୍ୟ।ଳୟରେ ଆୟୋଜିତ ସମ୍ମିଳନିରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କ୨ ଦିନିଆ କୋରାପୁଟ ଜିଲା ଗସ୍ତ, ଗଣ ଶିକ୍ଷାମନ୍ତ୍ରୀ


ଜୟପୁର, ୪ ଜୁଲାଇ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କୋରାପୁଟ ଜିଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୟପୁର ଠାରେ ସାମ୍ବାଦିକ ସମ୍ମିଳନି କରି ଏହି ସୂଚନା ଦିଆଯାଇଛି । ଜୟପୁର ବିଜେପି କାର୍ଯ୍ୟ।ଳୟରେ ଆୟୋଜିତ ସମ୍ମିଳନିରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ସୂଚନା ଦେଇଛନ୍ତି । କୋରାପୁଟ ଜିଲାକୁ ୨ ଦିନିଆ ଗସ୍ତ ରହିଛି । ୫ ତାରିଖ ସକାଳ ୬ଟାରେ ଦାମନଯୋଡି ନାଲକୋ ଗେଷ୍ଟ ହାଉସରେ ପହଞ୍ଚିବେ । ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରାରେ ସାମିଲ ହୋଇ କୋନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବା ସହ ୪ଶହ ୮୦ କୋଟି ଟଙ୍କାର ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୬ ତାରିଖରେ ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର ଦେବା ସହ ନୁତନ ବିଦ୍ୟାଳୟ କୁ ଉଦଘାଟନ କରିବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିବେ । କେନ୍ଦ୍ର ସରକାର ଅବିଭକ୍ତ କୋରାପୁଟ ଜିଲାକୁ ଆକାଂକ୍ଷା ଜିଲା ଭାବେ ଘୋଷଣା କରିଛନ୍ତି । ଏହି ଜିଲାକୁ ବିଭିନ୍ନ ଯୋଜନାରେ ଅନେକ ଅର୍ଥ ଆସୁଛି । ତେଣୁ କୋରାପୁଟରେ ସମିକ୍ଷା କରିବେ । କାର୍ଯ୍ୟ ଗୁଡିକ ଅଧିକ କ୍ରିୟାଶିଳ ସହ ତ୍ୱରିତ ବେଗରେ କାର୍ଯ୍ୟ ସମ୍ପୁଣ୍ଣ ହେବା ସହ ସରକାରି ଅର୍ଥ କିପରି ଠିକ ଭାବେ ରୁପାୟନ ହୋଇପାରିବ ସେ ନେଇ ସମିକ୍ଷା କରିବେ । ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁ ରାମ ମାଛ, ନବରଙ୍ଗପୁର ବିଧାୟକ ଜିଲା ଗୌରି ସଙ୍କର ମାଝୀ, ଜିଲା ସଭାପତି ଶିବ ମୁଦୁଲି, ଜୟପୁର ବିଧାୟକ ପ୍ରାର୍ଥି ଗୌତମ ସାମନ୍ତରାୟ ଉପସ୍ଥିତ ରହିଥିଲେ । ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande