ମାଲକାନଗିରି, ୪ ଜୁଲାଇ (ହି.ସ.)
ଗତ ୨୧ ତାରିଖରେ ମାଲକାନଗିରି ଜିଲ୍ଲାର କତାମାଟେରୁ ଠାରେ କିଛି ଦୁର୍ବୁତ୍ତଙ୍କ ଦ୍ବାରା ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରି ପ୍ରାୟ ୩୦ ଜଣ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତି ଆହତ ହୋଇଥିବା ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କରି ଦୋଷୀଙ୍କୁ ଗିରଫ କରିବା ପାଇଁ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ଜିଲ୍ଲାପାଳ ଦାବିପତ୍ର ଗ୍ରହଣ ପାଇଁ ଆସିବାରେ ବିଳମ୍ବ ହେଇଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିୟାନ ମଞ୍ଚ ଏବଂ ପୋଲିସ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଏହି ସମୟରେ ଆନ୍ଦୋଳନରେ ସାମିଲ ଥିବାକଂଗ୍ରେସ ନେତା ମାନସ ଚୌଧୁରୀ ଓ ମାଲକାନଗିରି ଆନ୍ଦୋଳନକାରୀ ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ଦୁ ବ୍ୟବହାର କରିବା ସହ
ତାଙ୍କୁ ଜୋର ଜବରଦସ୍ତ ଫୁଲମାଳ ପିନ୍ଧାଇବାକୁ ପ୍ରୟାସ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମାଲକାନଗିରି ଆଦର୍ଶ ଥାନାଧିକାରୀ ରିଗାନ କିଣ୍ଡୋ ନିଜର କାର୍ଯ୍ୟ ଓ କର୍ତ୍ତବ୍ୟ ସୂଚାରୁ ରୂପେ କରିବା ପାଇଁ ପ୍ରୟାସ କରୁଥିବାବେଳେ ଆନ୍ଦୋଳନ କାରୀମାନେ ଜୋର ଜବରଦସ୍ତ ଭାବେ ଫୁଲ ମାଳ ପିନ୍ଧାଇବାକୁ
ଚେଷ୍ଟା କରିଥିଲେ। ଜଣେ ପୋଲିସ ଅଧିକାରୀ ନିଜର କର୍ତ୍ତବ୍ୟ ସମ୍ପାଦନା ସମୟରେ ଆନ୍ଦୋଳନକାରୀଙ୍କ ଦୁର୍ବ୍ଯବହାରକୁ ଜିଲ୍ଲାବାସୀ ନାପସନ୍ଦ କରିଛନ୍ତି। ମାନସ ଚୌଧୁରୀଙ୍କ ସମେତ ୨୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ