ଭୁବନେଶ୍ୱର, ୦୪ ଜୁଲାଇ (ହି.ସ.)- ବିଏମସି ଅଫିସରେ ଆଡିସନାଲ କମିଶନରଙ୍କୁ ମାଡ ଓ ବିଜେପି ନେତା ଜଗା ପ୍ରଧାନଙ୍କୁ ମାଡ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯେଉଁ ଘଟଣା ଘଟିଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ। ପୋଲିସ ଏହା ଉପରେ ତଦନ୍ତ କରୁଛି। ଆଇନ କାନୁନ ଅନୁସାରେ ଯେଉଁ ପଦକ୍ଷେପ ନେବା କଥା ରାଜ୍ୟ ସରକାର ତାହା ନେଇଛନ୍ତି । ଗୋଟେ ଥର ଯାଂଚ ହେଲେ କିଏ ପକ୍ଷ କିଏ ବିପକ୍ଷ ତାହା ସାମନାକୁ ଆସିବ। ନ୍ୟାୟ ସମସ୍ତଙ୍କୁ ମିଳିବା ଦରକାର। ଆଇନକୁ ହାତକୁ ନେବା କଥା ନୁହେଁ। ଆଇନ ଉପରେ କେହି ବି ନୁହନ୍ତି। ସେ ସପକ୍ଷ ହୁଅନ୍ତୁ କି ବିପକ୍ଷ ହୁଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା