ସଂନ୍ଧ୍ୟା ଦର୍ଶନ କଲେ ଶ୍ରଦ୍ଧାଳୁ, ଆସନ୍ତାକାଲି ବାହୁଡ଼ା ଯାତ୍ରା
ପୁରୀ, ୪ ଜୁଲାଇ (ହି.ସ.)- ରଥଯାତ୍ରାର ଆଜି ନବମୀ ତିଥିରେ ଶ୍ରୀଜୀଉଙ୍କ ସଂନ୍ଧ୍ୟା ଦର୍ଶନ ଭୋର୍ ୫ଟା ୨୦ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଚାରମାଳ ବନ୍ଧା ଓ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ଗୁପ୍ତ ନୀତି ପାଇଁ ସଂନ୍ଧ୍ୟା ୬ଟା ଠାରୁ ସର୍ବସାଧାରଣ ଦର୍ଶନ
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ


ଶ୍ରଦ୍ଧାଳୁ ମାନେ ବ୍ୟାରିକେଡ୍ ଦେଇ ଯାଇ ଶ୍ରୀବିଗ୍ରହ ମାନଙ୍କ ଦର୍ଶନ କରୁଛନ୍ତି


ପୁରୀ, ୪ ଜୁଲାଇ (ହି.ସ.)- ରଥଯାତ୍ରାର ଆଜି ନବମୀ ତିଥିରେ ଶ୍ରୀଜୀଉଙ୍କ ସଂନ୍ଧ୍ୟା ଦର୍ଶନ ଭୋର୍ ୫ଟା ୨୦ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଚାରମାଳ ବନ୍ଧା ଓ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ଗୁପ୍ତ ନୀତି ପାଇଁ ସଂନ୍ଧ୍ୟା ୬ଟା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଭୋର୍ ୪ଟା ୩୦ରେ ଦ୍ୱାରଫିଟା, ୫ଟାରେ ଭିତରଶୋଧ, ୫ଟା ୧୫ ରେ ମଙ୍ଗଳଆଳତୀ, ୫ଟା ୨୦ ରେ ମଇଲମ, ୫ଟା ୫୦ ରେ ତଡ଼ପ ଲାଗି, ସକାଳ ୬ଟାରେ ଅବକାଶ ପୂଜା ଠା, ୬ଟା ୫ ରେ ଅବକାଶ ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ୭ଟା ୪୦ ରେ ସୂର୍ଯ୍ୟ ପୂଜା, ୭ଟା ୫୫ରେ ଦ୍ୱାରପାଳ ପୂଜା, ୭ଟା ୫୫ରେ ଗୋପାଳବଲ୍ଲଭ ପୂଜା, ୮ଟା ୫ରେ ଗୋପାଳବଲ୍ଲଭ ଶେଷ, ୯ଟା ୫ରେ ସକାଳ ଧୂପ ଶେଷ, ୧୦ଟା ୩୦ରେ ଭୋଗମଣ୍ଡପ ପୂଜା, ୧୦ଟା ୪୦ରେ ଭୋଗମଣ୍ଡପ ଶେଷ, ୧୧ଟା ୩୫ରେ ଯାତ୍ରାଙ୍ଗୀ ମହାସ୍ନାନ, ୧୨ଟା ୫୦ରେ ନୂଆଲୁଗା ଲାଗି ବେଶ, ଅପରାହ୍ନ ୧ଟା ୧୦ ରେ ମଧ୍ୟାହ୍ନ ଧୂପ ପୂଜା, ୧ଟା ୩୦ରେ ମଧ୍ୟାହ୍ନ ଧୂପ ଶେଷ, ୧ଟା ୪୦ରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା, ୨ଟା ୪୫ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା, ୨ଟା ୫୫ରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ, ଅପରାହ୍ନ ୩ଟା ୪୫ରେ ସନ୍ଧ୍ୟା ଆଳତି, ଅପରାହ୍ନ ୪ଟା ୧୦ରେ ସନ୍ଧ୍ୟା ଧୂପ ଡ଼ାକିଗଲେ, ୪ଟା ୧୫ରେ ସନ୍ଧ୍ୟା ଧୂପ ଛେକ, ୪ଟା ୨୦ରେ ସନ୍ଧ୍ୟା ଧୂପ ପୂଜା, ୪ଟା ୪୫ରେ ସନ୍ଧ୍ୟା ଧୂପ ଟେରା, ୪ଟା ୫୫ରେ ସନ୍ଧ୍ୟା ଧୂପ ଶେଷ, ଅପରାହ୍ନ ୪ଟା ୫୫ରେ ୩ୟ ଭୋଗମଣ୍ଡପ ଉଠିବା, ୫ଟା ୨୫ରେ ସନ୍ଧ୍ୟା ଧୂପ ପ୍ରସାଦ ବାହାରି ପାଣି ପଡ଼ିବା, ଅପରାହ୍ନ ୫ଟା ୨୫ରେ ମଦନମୋହନ ଭିତରକୁ ବିଜେ, ୫ଟା ୩୦ରେ ଆଜ୍ଞାମାଳ ପାଇ ରାହାସକୁ ବିଜେ କରିଥିଲେ । ଏହାପରେ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ଚାଲୁରହିଛି । ଆଜି ଶ୍ରଦ୍ଧାଳୁ ମାନେ ବ୍ୟାରିକେଡ୍ ଦେଇ ଯାଇ ଶ୍ରୀବିଗ୍ରହ ମାନଙ୍କ ଦର୍ଶନ କରିଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କୁ ସଂନ୍ଧ୍ୟାଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆସନ୍ତାକାଲି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande