ଟ୍ରକ୍ ପଛ ପଟକୁ ଧକ୍କା ଦେଲା ବାଇକ : ଚାଳକ ଗୁରୁତର
ଧର୍ମଶାଳା,୪ଜୁଲାଇ(ହି.ସ.) - ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ବଡଚଣା ଥାନା ସମ୍ମୁଖରେ ଆଜି ଏକ ଟ୍ରକ୍ ପଛରେ ଧକ୍କା ଦେଲା ବାଇକ୍ । ଫଳରେ ବାଇକରେ ଥିବା ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବଡଚଣା ପୋଲିସ ବାଇକ୍ ଚାଳକକୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛି । ଆଜି ୧୬ ନଂ
ଟ୍ରକ୍ ପଛ ପଟକୁ ଧକ୍କା ଦେଲା ବାଇକ : ଚାଳକ ଗୁରୁତର


ଧର୍ମଶାଳା,୪ଜୁଲାଇ(ହି.ସ.) - ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ବଡଚଣା ଥାନା ସମ୍ମୁଖରେ ଆଜି ଏକ ଟ୍ରକ୍ ପଛରେ ଧକ୍କା ଦେଲା ବାଇକ୍ । ଫଳରେ ବାଇକରେ ଥିବା ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବଡଚଣା ପୋଲିସ ବାଇକ୍ ଚାଳକକୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛି । ଆଜି ୧୬ ନଂ ଜାତୀୟ ରାପଥରେ ଚେନ୍ନାଇରୁ କୋଲକାତା ଯାଉଥିବା ଏକ ଝାଡୁ ବୋଝେଇ ଟ୍ରକ୍‌(ଟିଏନ୍‌୨୮ସିଜେଡ୍‌)୩୬୦୧ କରି ଯାଇଥିବା ବେଳେବଡଚଣା ଥାନା ସମ୍ମୁଖରେ ଟ୍ରକ୍ ପଛକୁ ଧକ୍କା ଦେଇଥିଲା ଏକ ବାଇକ୍ । ବାଇକରେ ଥିବା ଚାଳକ ଗୁରୁତର ହେବାରୁ ବଡଚଣା ପୋଲିସ ଘଟଣାସ୍ଥଳରେ ପଂହଚି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବା ସହ ଦୃର୍ଘଟଣାଗସ୍ତ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande