ଧର୍ମଶାଳା, ୪ ଜୁଲାଇ (ହି.ସ.)- ଯାଜପୁର ଜିଲା କୃଷକ ମୋର୍ଚ୍ଚା ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମବରଦା ମଣ୍ଡଳ ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ବାଲିଗୁଡା(ଦେଉଳି)ଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲା କୃଷକ ମୋର୍ଚ୍ଚା ଉପ-ସଭାପତି ସୌଭାଗ୍ୟ ମିଶ୍ରଙ୍କ ଆବାହକରେ ଜିଲା କୃଷକ ମୋର୍ଚ୍ଚା ସଭାପତି ପାଣ୍ଡବ ଧଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା, ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ପ୍ରଫୁଲ୍ଲ ଗିରି, ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ବିବେକାନନ୍ଦ ଜେନା, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରତିକାନ୍ତ ରାଜବଂଶୀ, ବରିଷ୍ଠ ନେତା କାହ୍ନୁ ଚରଣ ଦାଶ, ନାରୀ ନେତ୍ରୀ ନିଶି ଜେନା ଓ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ବିଭିନ୍ନ ଫଳ ବୃକ୍ଷ ଚାରାରୋପଣ କରିଥିଲେ । ବ୍ରହ୍ମବରଦା ମଣ୍ଡଳ ସଭାପତି ମିଥୁନ କୁଣ୍ଡୁ, କଳିଙ୍ଗ ମହାନ୍ତି, ରବି ଶତପଥୀ, ଉପେନ୍ଦ୍ର କର, ରମେଶ ରାଉତ, ପ୍ରତାପ ଜେନା, ଶ୍ୟାମ ପଣ୍ଡା, ଅନୀଲ ରାଉତ, ସଂଜୟ ବେହେରା, ପ୍ରଦୀପ ଜେନା, ଚତୃଭୂଜ ଦ୍ୱିବେଦୀ, ବିରେନ ରାଉତ, ଦୀପକ ରାଉତ, ଅଗାଧ ସାହୁ, ସୁମିତ୍ରା ବେହେରା, ମମତା ସାହୁ, ପ୍ରଶାନ୍ତ ମହାରଣା, ଆଦିକନ୍ଦ ରାଉତ, ପ୍ରଶାନ୍ତ ମହାନ୍ତି, ମାଧବ ନାୟକ, ଉମେଶ ମିଶ୍ର, ପ୍ରଭାକର ସାହୁ, ବିଚିତ୍ର ସାମଲ ଓ ଲକ୍ଷ୍ମୀଧର ପତି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କୃଷକ ମୋର୍ଚ୍ଚାର ସମସ୍ତ କର୍ମକର୍ତା,ସ୍ଥାନୀୟ ଯୁବନେତା ଓ ମହିଳାନେତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ନେତା କାହ୍ନୁ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ