ଧୋଇଗଲା ସାହି ପୋଲ ,ନରସିଂହପୁରରେ ବନ୍ୟା,ଜଳବନ୍ଦୀ ଗ୍ରାମବାସୀ
କେନ୍ଦୁଝର, 5 ଜୁଲାଇ (ହି.ସ.) ଆଜି ସକାଳୁ ଲଘୁଚାପ ଜନିତ ଲଗାଣ ବର୍ଷା ଏକ ତରଫା ଲାଗି ରହିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ବିଲ,ବନ୍ଧ,ନଦୀ ନାଳ ଗୁଡିକ ଫୁଲି ଉଠିଛି।ବିଭିନ୍ନ ସ୍ଥାନରେ ଜଳମଗ୍ନ ହାେଇ ରହିଥିବାରୁ ଲୋକେ ଜଳବନ୍ଦୀରେ ଅଛନ୍ତି।କେନ୍ଦୁଝର ସଦର ବ୍ଲକ ଅନ
ଧୋଇଗଲା ସାହି ପୋଲ ,ନରସିଂହପୁରରେ ବନ୍ୟା,ଜଳବନ୍ଦୀ ଗ୍ରାମବାସୀ


କେନ୍ଦୁଝର, 5 ଜୁଲାଇ (ହି.ସ.)

ଆଜି ସକାଳୁ ଲଘୁଚାପ ଜନିତ ଲଗାଣ ବର୍ଷା ଏକ ତରଫା ଲାଗି ରହିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ବିଲ,ବନ୍ଧ,ନଦୀ ନାଳ ଗୁଡିକ ଫୁଲି ଉଠିଛି।ବିଭିନ୍ନ ସ୍ଥାନରେ ଜଳମଗ୍ନ ହାେଇ ରହିଥିବାରୁ ଲୋକେ ଜଳବନ୍ଦୀରେ ଅଛନ୍ତି।କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ଗାଁ ଦେଇ ଯାଇଥିବା ନାଳରେ ଅଧିକ ମାତ୍ରାରେ ପାଣି ପ୍ରଭାବିତ ହୋଇଥିବା ଯୋଗୁଁ ସାହିକୁ ପ୍ରବେଶ କରୁଥିବା ପୋଲ ଧୋଇ ଯାଇଛି।ଗାଁର ୪୦ ଟି ପରିବାର ଜଳବନ୍ଦୀରେ ରହିଛନ୍ତି।ଜରୁରୀ କାଳୀନ ପରିସ୍ଥିତିରେ ଗ୍ରାମବାସୀ ଏପାଖ ସେପାଖକୁ ଯାତାୟତ ନକରିପାରି ବହୁ ଅସୁବିଧାର ସମ୍ମୁଖନ ହୋଇଥିବା ଦେଖିବାକୁ ମିଳିଛି।ଏଠାରେ ଉଚ୍ଚ ପୋଲ ନିର୍ମାଣ ହୋଇନଥିବାବେଳେ ରାସ୍ତା ମରାମତି କରାଯାଉନଥିବାରୁ ଏବେ ଗମନା ଗମନ କ୍ଷେତ୍ର ରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande